fbpx

ଏହି Game ଖେଳିବା ପାଇଁ କ୍ରିକେଟରୁ ଦୂରେଇ ରହିଛନ୍ତି ଇଶାନ୍? ଆଫଗାନିସ୍ତାନ ସିରିଜରେ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ରୋହିତ ଏବଂ ବିରାଟ ଏହି ସିରିଜରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଷ୍ଟାର ୱିକେଟ କିପର ଇଶାନ୍ କିଶାନ୍ ଏହି ଦଳରୁ ବାଦ୍ ପଡ଼ିଛନ୍ତି । ଏହି ସିରିଜ ପାଇଁ ଇଶାନଙ୍କୁ ବିସିସିଆଇ ଚୟନ ନ କରିବା ନେଇ ଏବେ ଖୁବ ଆଲୋଚନା ହେବାରେ ଲାଗିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଇଶାନ କିଶାନଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ମାନସିକ ସ୍ତରରେ ବିଶ୍ରାମ ପାଇଁ ଅପିଲ କରି ସେ ଘରକୁ ଫେରି ଆସିଥିଲେ । ତେଣୁ ଇଶାନ କିଶାନଙ୍କୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି ।

ତେବେ ରିପୋର୍ଟ ଅନୁସାରେ, ଇଶାନ୍ କିଶାନ୍ ବୋର୍ଡର ବିନା ଅନୁମତିରେ ବିଗ୍ ବି’ ଅମିତାଭ ବଚ୍ଚନଙ୍କ ଶୋ’ ‘Kaun Banega Crorepati(KBC)’ରେ ଭାଗ ନେଇଥିଲେ । ଯାହାକୁ ନେଇ ବିସିସିଆଇ ତାଙ୍କ ଉପରେ କ୍ଷୁବ୍ଧ ରହିଛି । ତେବେ ଏହା ମଧ୍ୟ ଆଲୋଚନା ହେଉଛି ଯେ, ଇଶାନ କିଶାନ କେବିସି ଖେଳିବା ପାଇଁ ଦଳ ଛାଡ଼ି ଦକ୍ଷିଣ ଆଫ୍ରିକାରୁ ଭାରତ ଫେରି ଆସିଥିଲେ । କିନ୍ତୁ ବିସିସିଆଇ ଏଭଳି ଆଲୋଚନାକୁ ଖଣ୍ଡନ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ସେହିପରି ଆଉ ଏକ ରିପୋର୍ଟରୁ ଜଣାଯାଇଛି ଯେ ଇଶାନ୍ କିଶାନ୍ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ନିଜ ଉପଲବ୍ଧତାକୁ ନେଇ ବିସିସିଆଇକୁ କୌଣସି ସୂଚନା ଦେଇନାହାନ୍ତି । ସେଥିପାଇଁ ଆଫଗାନିସ୍ତାନ ବିପକ୍ଷ ସିରିଜରେ ତାଙ୍କ ନାମ ସାମିଲ କରାଯାଇନାହିଁ ।

ତେବେ ରିପୋର୍ଟ ଅନୁସାରେ, ବିସିସିଆଇ କିମ୍ବା ଦଳର ଚୟନକର୍ତ୍ତା ଯଦି ଇଶାନ୍ କିଶାନଙ୍କୁ ଦଳରେ ସୁଯୋଗ ଦେବାକୁ ଚାହାଁନ୍ତି, ତେବେ ସେନ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିପାରିବେ । କିନ୍ତୁ ଇଶାନ କିଶାନଙ୍କୁ ନେଇ ବିସିସିଆଇ କୌଣସି ପ୍ରକାର ସୂଚନା ଦେଇନାହିଁ, ଯାହା ଚର୍ଚ୍ଚାର ସବୁଠୁ ବଡ଼ କାରଣ ପାଲଟିଛି । ତେବେ ସମସ୍ତ ସିରିଜ ପାଇଁ ଦଳରେ ସାମିଲ ରହିବା ସହ ଭଲ ପ୍ରଦର୍ଶନ ପରେ ମଧ୍ୟ ପ୍ଲେଇଙ୍ଗ-୧୧ରେ କମ୍ ସୁଯୋଗ ମିଳିବା ନେଇ ଇଶାନ୍ ଅସନ୍ତୋଷ ଥିଲେ ବୋଲି କୁହାଯାଉଛି । ତେଣୁ ଦକ୍ଷିଣ ଆଫ୍ରିକା ଗସ୍ତ ଅଦାରୁ ସେ ଦଳ ଛାଡ଼ି ଭାରତକୁ ପେରି ଆସିଥିଲେ ।

Get real time updates directly on you device, subscribe now.