ପରିସ୍ରାରେ ରକ୍ତ ପଡୁଥିଲେ ହୋଇଥାଏ ଏହି ୪ ସାଂଘାତିକ ରୋଗ, ବିଶେଷଜ୍ଞ କୁହନ୍ତି ନେଇ ପାରେ ପ୍ରାଣ

ଯଦି ପରିସ୍ରାରେ ରକ୍ତ ପଡୁଥାଏ, ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଏହା କିଛି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ । ପରିସ୍ରାରେ ଆସୁଥିବା ରକ୍ତକୁ ହେମାଟୁ୍ୟରିଆ କୁହାଯାଏ।  ଯେତେବେଳେ ଏପରି ଲକ୍ଷଣ ଦେଖାଯାଏ ଲୋକମାନେ ଭୟଭୀତ ହୋଇ ଡାକ୍ତରଙ୍କ ନିକଟକୁ ଯାଇ କହିବାକୁ ଦ୍ୱିଧା କରନ୍ତି । ସେମାନେ ଭାବନ୍ତି ଯେ, ପରିସ୍ରାରେ ରକ୍ତ କେବଳ କର୍କଟ ରୋଗ। କିନ୍ତୁ ଏହା ଏହାର ଅନେକ କାରଣ ହୋଇପାରେ ।  ଏହା କର୍କଟ ରୋଗ ସହ ଅନ୍ୟ ୩ଟି ରୋଗର ମଧ୍ୟ ବଡ଼ କାରଣ ହୋଇଥାଏ । ଜାଣନ୍ତୁ ଏହି ସାଂଘାତିକ ରୋଗ ସମ୍ପର୍କରେ…
କିଡନୀ ଷ୍ଟୋନ୍

କିଡନୀ ଷ୍ଟୋନ୍ ଏକ ଗମ୍ଭୀର ସମସ୍ୟା । ଏଥିରେ ପିଠି ଏବଂ ତଳ ପେଟରେ ଯନ୍ତ୍ରଣା ହୁଏ । କିଡନୀ ଷ୍ଟୋନ୍ ମଧ୍ୟ ପରିସ୍ରା ସମୟରେ ଯନ୍ତ୍ରଣା ଏବଂ ଚାପ ସୃଷ୍ଟି କରିପାରେ ।  ଏଥିରେ ରକ୍ତ ପରିସ୍ରା ମଧ୍ୟ ଦେଖାଯାଏ । ଯଦି ଏପରି ଘଟୁଛି ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ପ୍ରୋଷ୍ଟେଟରେ ସମସ୍ୟା

ପ୍ରୋଷ୍ଟେଟ୍ ଗ୍ରନ୍ଥି ପୁରୁଷମାନଙ୍କଠାରେ ଦେଖାଯାଏ। ଯେତେବେଳେ ଏହାର ଆକାର ବଢ଼ିଯାଏ ଅନେକ ପ୍ରକାରର ସମସ୍ୟା ହୋଇପାରେ। ଏହି କାରଣରୁ ପୁରୁଷଙ୍କ ପରିସ୍ରାରେ ରକ୍ତ ପଡ଼ିଥାଏ।

କିଡନୀ ରୋଗ

କିଡନୀ କର୍କଟ, ଷ୍ଟୋନ୍ କିମ୍ବା କୌଣସି ପ୍ରକାର କିଡନୀ ରୋଗ ଥାଏ ତେବେ ପରିସ୍ରାରେ ରକ୍ତ ପଡ଼ିଥାଏ। କେତେକ କ୍ଷେତ୍ରରେ ଏହା କିଡନୀ କର୍କଟ ରୋଗର ଲକ୍ଷଣ ମଧ୍ୟ ହୋଇପାରେ।

କର୍କଟ

ପରିସ୍ରାରେ ଜଳିବା, ରକ୍ତସ୍ରାବ, ରାତିରେ ବାରମ୍ବାର ପରିସ୍ରା କରିବା ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ ହୋଇପାରେ। ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ଏପରି ଅବସ୍ଥାରେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ଚିକିତ୍ସା କରିବା ଉଚିତ୍ । ତେଣୁ ପରିସ୍ରାରେ ରକ୍ତ କେବଳ କର୍କଟ ରୋଗର ଅର୍ଥ ନୁହେଁ। ଏହାର ଅନେକ କାରଣ ହୋଇପାରେ। ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ ଏହା ପ୍ରାଣଘାତକ ହୋଇପାରେ ବୋଲି କାଲିଫର୍ଣ୍ଣିଆ ୟୁନିଭରର୍ସିଟିର ବିଶେଷଜ୍ଞମାନେ ଏକ ରିପୋର୍ଟରେ କହିଛନ୍ତି ।