fbpx

ବ୍ଲଡପ୍ରେସର ରୋଗୀ ଖାଆନ୍ତୁ ଏହି ଫଳ, ନିୟନ୍ତ୍ରଣ ହୋଇପାରିବ ରକ୍ତଚାପ

ନୂଆଦିଲ୍ଲୀ: ବଦଳୁଥିବା ଜୀବନ ଶୈଳୀ ଯୋଗୁଁ ବ୍ଲଡପ୍ରେସର, ଡାଇବେଟିସ, ହାର୍ଟ ଆଟାକ ଭଳି ରୋଗ ଏବେ ସାଧାରଣ ହୋଇଗଲାଣି । ବ୍ଲଡପ୍ରେସର ବା ରକ୍ତଚାପ ସାଧାରଣତଃ ବୟସ୍କ ଲୋକଙ୍କୁ ହେଉଥବାବେଳେ ଏବେ କମ ବୟସ୍କ ବ୍ୟକ୍ତି ମଧ୍ୟ ଆକ୍ରାନ୍ତ ହେବାର ଦେଖାଯାଉଛି । ରକ୍ତଚାପ ଯୋଗୁଁ କିଡନୀ ସମସ୍ୟା ହାର୍ଟ ସମସ୍ୟା ଭଳି ରୋଗ ଦେଖାଦେଇପାରେ ।

ସାଧାରଣତଃ ବ୍ଲଡପ୍ରେସର କୌଣସି ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ହୋଇନଥାଏ । ଏହାର ବିଭିନ୍ନ କାରଣ ହୋଇପାରେ ଯେମିତିକି ଅତ୍ୟଧିକ ଚିନ୍ତା କରିବା, ଅତ୍ୟଧିକ ଲୁଣ ଖାଇବା, ଅତ୍ୟଧିକ ମଦ୍ୟପାନ ବା ଧୂମ୍ରପାନ କରିବା  । ବର୍ତ୍ତମାନ ରକ୍ତଚାପ ପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ମିଳୁଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଫଳ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡପ୍ରେସର କଣ୍ଟ୍ରୋଲ ହୋଇପାରିବ ।

୧. ତରଭୁଜ- ତରଭୁଜରେ ସାଧାରଣତଃ କମ୍ କ୍ୟାଲୋରୀ ଥାଏ, ଯାହା ମିଠା ଏବଂ ତାଜା ମଧ୍ୟ ହୋଇଥାଏ । ଏହାକୁ ଆପଣ ସାଲାଡ୍ କିମ୍ବା ଜୁସ୍ ଭାବରେ ଖାଇପାରିବେ । ତରଭୁଜରେ ଭିଟାମିନ ସି ଏବଂ ଏ, ପୋଟାସିୟମ, ଆମିନୋ ଏସିଡ୍, ସୋଡିୟମ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

୨. କିୱି- ଆଣ୍ଟି-ଅକ୍ସିଡାଣ୍ଟ ଏବଂ ମିନେରାଲରେ ଭରପୁର ଥିବା ଏହି ଫଳରେ ଫାଇବର, ଭିଟାମିନ-ସି ରହିଛି । ଯାହା ଖାଦ୍ୟ ହଜମ ପ୍ରକ୍ରିୟାରେ ସୁଧାର ଆଣିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କିୱି ଚର୍ମଗତ ସମସ୍ୟା ପାଇଁ ମଧ୍ୟ ବେଶ୍ ଉପଯୋଗୀ । ଏହା ରକ୍ତଚାପ ଯୋଗୁଁ ହେଉଥିବା ବିଭିନ୍ନ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ ।

୩. ଆମ୍ବ- ଶରୀରରେ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ । କାରଣ ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ ଆଦି ଗୁଣ ରହିଛି । ଆମ୍ବ ଭିଟାମିନ୍ ସହ ଫାଇବର ଏବଂ ବିଟା କ୍ୟାରୋଟିନର ଏକ ଭଲ ଉତ୍ସ । ଉଭୟ ରକ୍ତଚାପ ନିୟନ୍ତୟଣରେ ବେଶ୍ ସହାୟକ ହୋଇଥାଏ ।

୪. କଦଳୀ- ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କୁ କଦଳୀ ଖାଇବା ପାଇଁ କୁହାଯାଇଥାଏ । କାରଣ ଏଥିରେ ପ୍ରଚୁର ପରିମାଣର ପୋଟାସିୟମ ରହିଛି । ଏହାକୁ ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟର ଏକ ଭଲ ଉତ୍ସ ଭାବେ ଗ୍ରହଣ କରାଯାଏ । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ସୁସ୍ଥ ରହିବା ପାଇଁ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

୫. ଷ୍ଟ୍ରବେରୀ- ଷ୍ଟ୍ରବେରୀରେ ଆଣ୍ଟି ଅକ୍ସିଡାଣ୍ଟ ସହ ଭିଟାମିନ ସି, ପୋଟାସିୟମ ଏବଂ ଓମୋଗା-୩ ଫ୍ୟାଟି ଏସିଡ୍ ରହିଥାଏ । ଯାହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.