fbpx

ଅଗଷ୍ଟ ୧୯ରେ ଆକାଶରେ ଦୃଶ୍ୟମାନ ହେବ ‘Blue Supermoon’: ରକ୍ଷା ବନ୍ଧନ ସନ୍ଧ୍ୟାରେ ବଦଳିଯିବ ଚନ୍ଦ୍ରର ରଙ୍ଗ!

ନୂଆଦିଲ୍ଲୀ: ଅଗଷ୍ଟ ୧୯ (ସୋମବାର) ଦିନ ରକ୍ଷା ବନ୍ଧନ ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିବ । ଏହି ଦିନ ଆକାଶରେ ଏକ ସର୍ବବୃହତ ଓ ଚମକୁଥିବା ସୁପରମୁନ ଦୃଶ୍ୟମାନ ହେବ । ଏହାକୁ ‘ବ୍ଲୁ ସୁପରମୁନ’ କୁହାଯାଇଥାଏ । ଏହି ନାମ ପଛରେ ମଧ୍ୟ କିଛି ବଡ଼ ରହସ୍ୟ ରହିଛି । ଯେତେବେଳେ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ହୁଏ ଓ ଗୋଟିଏ ମୌସମରେ ୪ଟି ପୂର୍ଣ୍ଣିମା ହୁଏ ସେତେବେଳେ ତୃତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ କୁହାଯାଇଥାଏ । ଚନ୍ଦ୍ର ଯେତେବେଳେ ନିଜ କକ୍ଷରେ ପୃଥିବୀର ସବୁଠାରୁ ନିକଟତମ ବିନ୍ଦୁରେ ରହିଥାଏ, ସେତେବେଳେ ଏହାକୁ ସୁପରମୁନ୍ କହନ୍ତି । ଏହି ସ୍ଥିତିରେ ଚନ୍ଦ୍ର ସାମାନ୍ୟ ପୂର୍ଣ୍ଣିମା ତୁଳନାରେ ୧୪ ପ୍ରତିଶତ ବଡ଼ ହୋଇଥାଏ ଓ ୩୦ ପ୍ରତିଶତ ଅଧିକ ଚମକୁଥିବା ଦେଖାଯାଇଥାଏ ।

ବ୍ଲୁ ମୁନ ଘଟଣାରେ ଚନ୍ଦ୍ରର ରଙ୍ଗ ନୀଳ ହୋଇନଥାଏ । ସେହିଦିନ ଚନ୍ଦ୍ର ନିଜର ପ୍ରାକୃତିକ ରଙ୍ଗରେ ରହିଥାଏ ଓ ଚନ୍ଦ୍ରମା ବଡ଼ ଆକାରରେ ଅଧିକ ଚମକୁଥିବା ଦେଖାଯାଇଥାଏ । ଏହାକୁ ଇଂରାଜୀ ଭାଷାରେ ‘ୱାନ୍ସ ଇନ୍ ଏ ବ୍ଲୁ ମୁନ’ କୁହାଯାଇଥାଏ । ଏହାର ଅର୍ଥ ହେଉଛି ‘କୌଣସି ବହୁତ ଦୁର୍ଲ୍ଲଭ ଘଟଣା’ । ସାଧାରଣ ଭାବେ ପ୍ରତି ୨-୩ ବର୍ଷରେ ଥରେ ବ୍ଲୁ ମୁନ୍ ହୋଇଥାଏ । ଏହି ପ୍ରକାରର ବ୍ଲୁ ମୁନ ଏକ ନିଆରା ଓ ଦୁର୍ଲ୍ଲଭ ଘଟଣା ହେବା ସହ ବହୁତ ଧ୍ୟାନ ଆକର୍ଷଣ କରିଥାଏ । ଅଗଷ୍ଟ ୧୯ରେ ରକ୍ଷା ବନ୍ଧନ ଦିନ ସନ୍ଧ୍ରା ୬.୫୬ ସମୟରେ ଚନ୍ଦ୍ରୋଦୟ ହେବା ଓ ତା’ ପରଦିନ ସକାଳେ ଚନ୍ଦ୍ରାସ୍ତ ହେବ । ଏହି ଅବସରରେ ଚନ୍ଦ୍ରମା ଦ୍ୱିପ୍ରହର ପାଖାପାଖି ୨.୨୬ ସମୟରେ ନିଜର ପୂର୍ଣ୍ଣ ଚରଣରେ ପହଞ୍ଚିଯିବ । ସେହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଉଭୟେ ପୃଥିବୀର ବିପରୀତ ଦିଗରେ ରହିଥିବେ । ସ୍ଥାନୀୟ ମୌସମର ସ୍ଥିତି ଆଧାରରେ ଲୋକମାନେ ବ୍ଲୁ ମୁନକୁ ଦେଖି ପାରିବେ ।

Get real time updates directly on you device, subscribe now.