fbpx

ବଡ଼ଓଷା-କାର୍ତ୍ତିକ ପୂର୍ଣ୍ଣିମା ପାଇଁ BMCର ଗାଇଡଲାଇନ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ ଓଷା ପାଇଁ କଟକଣା ଜାରି କରିଛି ବିଏମସି । ବିଏମସି ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କୁ ମନା । ବିନ୍ଦୁ ସାଗର ଓ ନଦୀ ଘାଟ କିମ୍ବା ଜଳାଶୟରେରେ ଏକାଠି ହେବା ଉପରେ ବାରଣ କରାଯାଇଛି । ଆସନ୍ତା ୧୯ ତାରିଖ ପାଇଁ ବିଏମସି ପାଇଁ ବିଏମସି ପକ୍ଷରୁ ଜାରି ହେଲା କଟକଣା ।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ କାରଣରୁ ମେଳା, ଯାତ୍ରା ଏବଂ ପର୍ବପର୍ବାଣୀରେ ଅଧିକ ଜନସମାଗମ ଯୋଗୁଁ କରୋନା ସଂକ୍ରମଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.