fbpx

କଟକଣା ମାନୁନାହାନ୍ତି; ବିୟୁଟି ପାର୍ଲର ସିଲ୍ କଲା ବିଏମସି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନା କଟକଣା ଉଲ୍ଲଂଘନ କାରଣରୁ ବିଏମସି ପକ୍ଷରୁ ବିୟୁଟି ପାର୍ଲର ଓ ଦୋକାନ ଗୁଡିକୁ ସିଲ୍ କରି ଦିଆଯାଇଛି । ରାଜଧାନୀର କଳିଙ୍ଗ ନଗର ଓ ସିଆରପି ସ୍କେ୍ୱୟାର ଅଞ୍ଚଳରେ ବିଭିନ୍ନ ବିୟୁଟି ପାର୍ଲର ଓ ଦୋକାନ ଗୁଡିକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ରାଜ୍ୟରେ କରୋନା ଭୟାବହତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ତେବେ କିଛି ଅମାନିଆ ସରକାରୀ ନିୟମକୁ ମାନୁ ନାହାନ୍ତି । ଦୈନିକ କିଛି ନା କିଛି ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯାଉଥିଲେ ହେଁ ଅମାନିଆ ମାନେ ଏହାର ଉଲ୍ଲଂଘନନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରବିବାର ସପ୍ତାହନ୍ତ ଶଟ୍ଡାଉନ ସମୟରେ ଗୋପବନ୍ଧୁ ନଗର ସ୍ଥିତ ଗ୍ରିନ ଚିଲିଜ୍ ରେଷ୍ଟୁରାଣ୍ଟକୁ ରବିବାର ବିଏମସି ପକ୍ଷରୁ ସିଲ୍ କରି ଦିଆଯାଇଥିଲା । ଅଫଲାଇନ୍ ଗ୍ରାହକଙ୍କୁ ଖାଦ୍ୟ ପ୍ରଦାନ ଅଭିଯୋଗରେ ବିଏମସିର ଆସିଷ୍ଟାଣ୍ଟ କମିଶନର ଏହାକୁ ସିଲ କରି ଦେଇଥିଲେ ।

Get real time updates directly on you device, subscribe now.