fbpx
BSKY SKY
BSKY SKY

ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ଆଜି ୬ ଚିହ୍ନଟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସହିତ ଡେଙ୍ଗୁ ମାଡ଼ିଚାଲିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆଉ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀବିହାର ଓ କଳ୍ପନା ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । କିନ୍ତୁ ରାଜ୍ୟର ଅନ୍ୟ କେଉଁଠି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ତେବେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ଭୁବନେଶ୍ୱରରେ ଏବେ ଡେଙ୍ଗୁ ଯୋଗୁଁ ଭୟଭୀତ ହୋଇପଡିଛନ୍ତି ରାଜଧାନୀବାସୀ । ବିଏମସିର ବିଭିନ୍ନ ୱାର୍ଡରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହେଲଣି । ବର୍ଷା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱାର୍ଡରେ ଡେଙ୍ଗୁ ବ୍ୟାପୁଥିବାରୁ ରାଜଧାନୀବାସିନ୍ଦାଙ୍କ ଚିନ୍ତା ବଢିଯାଇଛି । ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ମଶା ମାରିବା ପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଡ୍ରେନ ଗୁଡିକରେ ମଶାତେଲ, ବ୍ଲିଚିଂ ପଡୁନଥିବାରୁ ମଶା ବଂଶବୃଦ୍ଧି କରୁଛନ୍ତି, ଯାହାଫଳରେ ଡେଙ୍ଗୁ କାୟା ବିସ୍ତାର କରୁଛି ବୋଲି କହିଛନ୍ତି ରାଜଧାନୀବାସୀ । ଅନ୍ୟପଟେ ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରରେ ଅଧିକାଂଶ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.