fbpx

XIMBକୁ ସିଲ୍ କଲା ବିଏମସି, ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ XIMBକୁ ସିଲ୍ କରିଦିଆଯାଇଛି ।

ତେବେ XIMB ପରିସରରେ ଥିବା ଅନ୍ୟ ଅନୁଷ୍ଠାନକୁ ମଧ୍ୟ ସିଲ୍ କରାଯିବା ସହ କୋଭିଡ୍ ଟେଷ୍ଟ ଜାରି ରହିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ପ୍ରୟାସ କରାଯାଉଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏଁ ଅନୁଷ୍ଠାନ ପରିସରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ରହିବେ । ପଜିଟିଭ୍ ଆକ୍ରାନ୍ତ ବ୍ୟକ୍ତି ଅନୁଷ୍ଠାନର ହଷ୍ଟେଲରେ ପୃଥକବାସରେ ରହିବେ ବୋଲି ବିଏମସି କୁହାଯାଇଛି ।

Get real time updates directly on you device, subscribe now.