fbpx
BSKY
BJD SHG SKY
BJD YOUTH SKY

ମୁମ୍ବାଇରେ ବେଗ ବଢାଇଲା କରୋନା ସଂକ୍ରମଣ: ଏମିତି ନିଷ୍ପତ୍ତି ନେଲା BMC

ମୁମ୍ବାଇ: ବଢୁଥିବା କରୋନା ସଂକ୍ରମଣକୁ ନେଇ ମୁମ୍ବାଇରେ ଟେଷ୍ଟିଂ ଜୋରଦାର କରାଯାଇଛି । ଏଠାରେ କୋଭିଡ ପଜିଟିଭିଟି ହାର ୬ ପ୍ରତିଶତକୁ ବୃଦ୍ଧି ପାଇବା ପରେ ସରକାରଙ୍କ ପାଇଁ ବଢିଛି ଚିନ୍ତା । ଏ ନେଇ ଆଜି ବିଏମସି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କର୍ମଚାରୀମାନଙ୍କୁ ଯୁଦ୍ଧସ୍ତରରେ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଟେଷ୍ଟିଂ ଲ୍ୟାବରେ କାମ କରୁଥିବା କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ସହିତ ସକ୍ରିୟ ରହିବା ପାଇଁ କୁହାଯାଇଛି ।

ମୁମ୍ବାଇରେ କରୋନାର ଦୈନିକ ସଂକ୍ରମଣରେ ଯଥେଷ୍ଟ ବୃଦ୍ଧି ପାଇବାରୁ ସରକାର ଚିନ୍ତାରେ ପଡିଛନ୍ତି । ତେଣୁ ବିଏମସି ପକ୍ଷରୁ ୧୨-୧୮ ବର୍ଗର ପିଲାମାନଙ୍କ ଟୀକାକରଣ ଅଭିଯାନ ଦ୍ରୁତ ଗତିରେ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଲକ୍ଷଣ ଏବଂ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ସମସ୍ତ ହସ୍ପିଟାଲକୁ ଆକ୍ଟିଭ ରହିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ସେହିପରି କରୋନା କେସ ଅଧିକ ଆସୁଥିବା ଅଞ୍ଚଳର ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ଅନ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ବିଏମସି ।

ସେପଟେ ଆସନ୍ତା କିଛି ଦିନ ମଧ୍ୟରେ ମୌସୁମୀ ପହଞ୍ଚିବାକୁ ଥିବା ବେଳେ ଏହି ସମୟରେ ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଏପ୍ରିଲ ତୁଳନାରେ ମେ ମାସରେ ଶତପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଥିବା ରେକର୍ଡ ହୋଇଛି । ମଙ୍ଗଳବାର ମୁମ୍ବାଇରେ ମୋଟ ୫୦୬ଟି କରୋନା କେସ ଚିହ୍ନଟ ହୋଇଛି । ଗତ ଫେବୃୟାରୀ ୬ ତାରିଖ ପରେ ଏହା ରାଜ୍ୟର ସର୍ବାଧିକ ସଂକ୍ରମଣ ।

Get real time updates directly on you device, subscribe now.