fbpx
BJD SKY
BJD SKY

ବାହାଘର ପାଇଁ ଫଟୋଗ୍ରାଫର ଆଣିନଥିଲେ ବର, ରାଗରେ ଏମିତି କଲେ କନିଆ ରାଣୀ…

BJD

ନୂଆଦିଲ୍ଲୀ: ବେଳେବେଳେ କିଛି କାରଣରୁ ବାହାଘର ଭାଙ୍ଗିଯାଏ । କିନ୍ତୁ ବର୍ତ୍ତମାନ ବାହାଘର ଭାଙ୍ଗିବା ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠରେ ଆଉ କେହି ନୁହେଁ ବରଂ ନିଜେ କନ୍ୟା ହିଁ ଭାଙ୍ଗଛି ଆଉ ଏହାର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ ।

ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଦେହାତ ଜିଲ୍ଲା ମଙ୍ଗଳପୁର ପୋଲିସ ଷ୍ଟେସନର ଏକ ଗ୍ରାମରେ । ଏଠାରେ ଜଣେ ମହିଳାଙ୍କ ପଡ଼ୋଶୀ ଗ୍ରାମରେ ବିବାହ ସ୍ଥିର ହୋଇଥିଲା । କିନ୍ତୁ ବିବାହ ଦିନ ହିଁ କନ୍ୟା ନିଜର ବାହାଘର ଭାଙ୍ଗିଛି ଆଉ ତାହାବି ପୁଣି ବାହାରଘରକୁ ବରପକ୍ଷ କୌଣସି ଫଟ୍ରୋଗ୍ରାଫରର ବ୍ୟବସ୍ଥା କରିନଥିବାରୁ ।

କଥାଟି ବିଶ୍ୱାସ ହେଉନଥିଲେ ବି ସତ । ଆପଣ ଭାବୁଥିବେ କେବଳ ଫଟୋ ଉଠାଇବାକୁ ଫଟୋଗ୍ରାଫାର ନଆଣିବାରୁ କ’ଣ କେହି ବିବାହ କରିବାକୁ ମନା କରିପାରେ । ସୂଚନା ଅନୂଯାୟୀ ବାହାଘର ପାଇଁ ସବୁକିଛି ସ୍ଥିର ହୋଇସାରିଥିଲା । ସାଜସଜ୍ଜା ଠାରୁ ଆରମ୍ଭ କରି ବରଯାତ୍ରୀଙ୍କ ସ୍ୱାଗତ କରିବା ଯାଏଁ ସବୁ ଠିକ୍ ଥିଲା । କିନ୍ତୁ ଯେତେବେଳେ ବର ଷ୍ଟେଜରେ ଚଢ଼ିଥିଲେ, ସେତେବେଳେ କନ୍ୟା ଜାଣିବାକୁ ପାଇଥିଲେ ଯେ ବରପକ୍ଷରୁ କୌଣସି ଫଟୋଗ୍ରାଫରଙ୍କ ବ୍ୟବସ୍ଥା କରାଯାଇନାହିଁ । ବାସ୍ ଏତିକିରେ ରାଗିଯାଇଥିଲେ କନ୍ୟା ଆଉ ଆଉ ବିବାହ କରିବାକୁ ମନା କରିଦେଇଥିଲେ । ଏମିତିକି ଷ୍ଟେଜ୍ ଛାଡ଼ି ପଳାଇଯାଇଥିବା ମଧ୍ୟ କୁହାଯାଉଥିଲା ।

ପରିବାର ଲୋକ ଅନେକ ବୁଝାସୁଝା କରିଥିଲେ ମଧ୍ୟ ସେ ବିବାହ କରିବାକୁ ମନା କରିଥିଲେ ଏବଂ କହିଥିଲେ, ଯେଉଁ ବ୍ୟକ୍ତିଙ୍କୁ ବିବାହ ଦିନର ଚିନ୍ତା ନାହିଁ ସେ ଭବିଷ୍ୟତରେ ତାଙ୍କର କ’ଣ ଯତ୍ନ ନେବ? ଏହାପରେ ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲା । ଯେଉଁଠାରେ ଉଭୟ ପକ୍ଷ ପରସ୍ପରକୁ ଦେଇଥିବା ଜିନିଷ ଏବଂ ଟଙ୍କା ଫେରାଇବାକୁ ସହମତ ହୋଇଥିଲେ ଏବଂ ଏହି ବାହାଘର ବନ୍ଦ ହୋଇଥିଲା ।

Get real time updates directly on you device, subscribe now.