fbpx

ରାଣା ଦମ୍ପତ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଫ୍ଲାଟରୁ ଅବୈଧ ନିର୍ମାଣ ହଟାଇବାକୁ ବିଏମସିର ନୋଟିସ୍

Advertisement

ମୁମ୍ବାଇ: ପୁଣି ରାଣା ଦମ୍ପତ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ । ବୃହନ୍ମୁମ୍ବାଇ ନଗର ନିଗମ (ବିଏମସି) ଶନିବାର ଖାର ଅଞ୍ଚଳରେ ଥିବା ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀଙ୍କ ଅବୈଧ ନିର୍ମାଣକୁ ହଟାଇବାକୁ ନେଇ ନୋଟିସ ଜାରି କରିଛନ୍ତି ।

ବିଏମସି ରାଣା ଦମ୍ପତ୍ତିଙ୍କୁ ୭ ଦିନ ଭିତରେ ଫ୍ଲାଟରେ ଅବୈଧ ନିର୍ମାଣକୁ ହଟାଇବାକୁ ସମୟ ଦେଇଛି । ନୋଟିସ ଅନୁଯାୟୀ ଯଦି ୭ ଦିନ ଭିତରେ ଅବୈଧ ନିର୍ମାଣ ନହଟାଯାଏ ତେବେ ବିଏମସି କାର୍ଯ୍ୟାନୁଷ୍ଠାନ ନେବ  । ଏହା ସହ ତାଙ୍କୁ ଏକ ମାସ ଜେଲ ଦଣ୍ଡ ମଧ୍ୟ ହୋଇପାରେ ଖାଲି ସେତିକି ନୁହେଁ ସେମାନଙ୍କୁ ହଜାର ଟଙ୍କା ରୁ ୨୫ ହଜାର ଟଙ୍କାର ଜରିମାନା ଲାଗିପାରେ । ଏହା ସହ ପ୍ରତିଦିନ ୫୦୦ ଟଙ୍କାର ଦୈନିକ ଜରିମାନା ମଧ୍ୟ ହୋଇପାରେ ।

ସୂଚନାଯୋଗ୍ୟ, ଯେ ନବନୀତ ରାଣା ଗତ ମାସରେ ହନୁମାନ ଚାଲୀସାକୁ ନେଇ ବିବାଦରେ ଥିଲେ । ରାଣା ଦମ୍ପତ୍ତି ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚାଲୀସା ପଢ଼ିବା ପାଇଁ ଘୋଷଣା କରିଥିଲେ । ଯାହାପରେ ମହାରାଷ୍ଟ୍ର ପୋଲିସ ରାଣା ଦମ୍ପତ୍ତିଙ୍କୁ ରାଜ୍ୟର ମାହୋଲ ଖରାପ କରିବା ଅଭିଯୋଗରେ ଗିରଫ କରିଥିଲା । ତାଙ୍କ ଉପରେ ଅନ୍ୟ ଅଭିଯୋଗ ସହ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ରାଣା ଦମ୍ପତ୍ତି ମେ ପ୍ରଥମ ସପ୍ତାହରେ ଜେଲରୁ ମୁକୁଳିଥିଲେ ।

Get real time updates directly on you device, subscribe now.