fbpx

ବିଏମସିର ଓମଫେଡ୍ ଷ୍ଟଲଙ୍କୁ ଚେତାବନୀ:ପାନ ଗୁଟଖା ବିକିଲେ ଦେବେ ଜୋରିମାନା

Advertisement

ଭୁବନେଶ୍ୱର: ହକି ବିଶ୍ୱ କପ ପାଇଁ ବର୍ତ୍ତମାନ ସବୁ ଠାରେ ଚଳଚଞ୍ଚଳ ଆରମ୍ଭ ହୋଇଛି । ସେପଟେ ଏହାକୁ ନେଇ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ରାଜଧାନୀ ଏବେ ହକି ପାଇଁ ସୁସଜ୍ଜିତ ହେଉଛି । ଏହା ସହିତର ରାଜଧାନୀର ରୂପ କୁ ମଧ୍ୟ ଏବେ ପରିବର୍ତ୍ତନ କରାଯାଇଛି। ରାଜଧାନୀର କାନ୍ଥବାଡରେ ବିଭିନ୍ନ ରଙ୍ଗ ମାଧ୍ୟମରେ ଏହାକୁ ସୁନ୍ଦର ରୂପ ଦିଆଯାଉଛି । ଏହା ସହିତ ରାସ୍ତା କଡରେ ଥିବା ଉଠା ଦୋକାନ ମାନଙ୍କୁ ସ୍ଥାନାନ୍ତର କରାଯାଇଛି । ଏବେ ଏହା ସହିତ ରାସ୍ତା ଗୁଡିକୁ ସଫା କରାଯାଉଛି । ଏବଂ ଏବେ ପାନ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି ।

ବିଏମସିର ଓମଫେଡ୍ ଦୋକାନ ( ଷ୍ଟଲ) ଙ୍କୁ ଚେତାବନୀ । ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ କରାଯାଇଛି । ଅମାନିଆ ହୋଇ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହା ଯାଇଛି ।  ଓମିଫେଡ ଯେଉଁ ଦୋକାନ ଗୁଡ଼ିକ ଅଛି ସେହି ଉଦ୍ଦେଶ୍ୟରେ କାମ କରାଯାଉ । ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ ନିଜେ ସଫା ରଖିବା ସହିତ ଶୁଖିଲା ଓ ଓଦା ଅଳିଆ ଅଲଗା ନ ରଖିଲେ ୫ ହଜାର ଜୋରିମାନା ନହେଲେ ଦୋକାନ ବନ୍ଦ କରିବାକୁ ଚେତାବନୀ।

Get real time updates directly on you device, subscribe now.