fbpx

ମାଟ୍ରିକ ପରୀକ୍ଷାକୁ ନେଇ ବିସ୍ତୃତ ସୂଚନା: ବୋର୍ଡ ତରଫରୁ ପିଲାଙ୍କ ପାଇଁ ଜାରି ହେଲା ନିୟମ

ଭୁବନେଶ୍ୱର: ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ବିସ୍ତୃତ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ । ଆସନ୍ତା ମାସ ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇ ମେ’୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଦଶମ ଶ୍ରେଣୀ ପରୀକ୍ଷା । ତେବେ ପିଲାମାନାଭ୍କ ପାଇଁ ପରୀକ୍ଷାର ସମୟସୀମା ୨ ଘଣ୍ଟା ରଖାଯାଇଛି ।

ମାଟ୍ରିକ ପିଲାମାନଙ୍କ ପରୀକ୍ଷା ପାଇଁ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଏପ୍ରିଲ ୨୭ ତାରିଖରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପିଲାମାନଙ୍କ ପାଇଁ ପରୀକ୍ଷାର ସମୟସୀମା ୨ ଘଣ୍ଟା ଧାର୍ଯ୍ୟ ହୋଇଥିବା ବେଳେ ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । କିନ୍ତୁ କେବଳ ଗଣିତ ବିଷୟ ପାଇଁ ପରୀକ୍ଷାର ସମୟସୀମାରେ ୧୫ ମିନିଟ ଅଧିକ ଦିଆଯାଇଛି । ୮୦ ମାର୍କ ବିଶିଷ୍ଟ ପରୀକ୍ଷାରେ ୫୦ ମାର୍କ ସଂକ୍ଷିପ୍ତ ଏବଂ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ସାମନା କରିବେ ଛାତ୍ରଛାତ୍ରୀ । ତେବେ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ ବିଶିଷ୍ଟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଓ.ଏମ.ଆର ସିଟରେ ଦେବାକୁ ପଡିବ । ସେହିପରି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପାଇଁ ବୁକଲେଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

Get real time updates directly on you device, subscribe now.