fbpx

ଗଙ୍ଗା ଦଶହରା ଦିନ ବଡ଼ ଅଘଟଣ; ମଝି ନଈରେ ଡଙ୍ଗା ବୁଡ଼ିବାରୁ ୬ ଜଣ ନିଖୋଜ, ରେସ୍କ୍ୟୁ ଅପରେସନ ଜାରି

Advertisement

ପାଟନା: ବିହାର ପାଟନା ଜିଲ୍ଲାରେ ଗଙ୍ଗା ଦଶହରା ଅବସରରେ ବଡ଼ ଅଘଟଣ ଘଟିଛି । ଉମାନାଥ ଘାଟରେ ବୁଡ଼ ପକାଇବାକୁ ଯାଇ ୬ ଜଣ ଶ୍ରଦ୍ଧାଳୁ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି । ଏନଡିଆରଏଫ୍ ଟିମ୍ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଗଙ୍ଗା ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।

ସୂଚନାରୁ ପ୍ରକାଶ ବିହାରର ପବିତ୍ର ଗଙ୍ଗା ଦଶହରା ଅବସରରେ ବୁଡ଼ ଦେବା ପାଇଁ ଗଙ୍ଗା ନଦୀ କୂଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବୁଡ଼ ଦେବା ପାଇଁ ଗୋଟିଏ କୂଳରୁ ଅନ୍ୟ କୂଳକୁ ଯିବା ସମୟରେ ଡଙ୍ଗା ବୁଡ଼ ଅଘଟଣ ଘଟିଛି । ପ୍ରାୟ ୧୭ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ନଦୀ ପାର ହେଉଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ଯାଇଥିଲା । ସେଥିମଧ୍ୟରୁ ୧୧ ଜଣ କୌଣସି ମତେ ପହଁରି କୂଳକୁ ଆସିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

Get real time updates directly on you device, subscribe now.