BoAt ଲଞ୍ଚ୍ କଲା ନୂଆ ସ୍ମାର୍ଟ ରିଂଗ୍‌, ରହିଛି ଜବରଦସ୍ତ ଫିଚର, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନିକଟରେ ସାମସଙ୍ଗ୍ ଏହାର ଏବକ୍ଷବଙ୍ଘଚ୍ଚ ଜସଦ୍ଭଶ ଲଞ୍ଚ୍ କରିଥିଲା । ଏହାର ମୂଲ୍ୟ ପ୍ରାୟ ୩୩ ହଜାର ଟଙ୍କା ଥିଲା । ଏଥିମଧ୍ୟରେ BoAt ବି ଏକ Smart Ring Active ଲଞ୍ଚ୍ କରିଛି । କୁହାଯାଉଛି ଏହା ହେଉଛି ଭାରତର ସବୁଠାରୁ ଶସ୍ତା ସ୍ମାର୍ଟ ରିଙ୍ଗ୍ । ଗତ ବର୍ଷ ଲଞ୍ଚ୍ ହୋଇଥିବା BoAt Smart Ringର ଏହା ହେଉଛି ଅପଗ୍ରେଡେଡ୍ ଭର୍ସନ । ତେବେ ଆସନ୍ତୁ ଜାଣିବା ଏହି ନୂତନ ସ୍ମାର୍ଟ ରିଙ୍ଗରେ ୟୁଜର୍ସଙ୍କ ପାଇଁ କ’ଣ ସବୁ ଫିଚର୍ସ ରହିଛି ।

ଭାରତରେ ଜୁଲାଇ ୨୦ରୁ Smart Ring Activeର ବିକ୍ରି ଆରମ୍ଭ ହେବ । ଏହାର ମୂଲ୍ୟ ମାତ୍ର ୨ ହଜାର ୯୯୯ ଟଙ୍କା ରହିଛି । ତେବେ ଏହି ୨ଟି ରିଙ୍ଗ୍ କମ୍ପାନୀ ୱେବସାଇଟରେ ପ୍ରି ବୁକିଂ ପାଇଁ ଉପଲବ୍ଧ । BoAt କମ୍ପାନୀ କହିବାନୁଯାୟୀ ଏହି ସ୍ମାର୍ଟ ରିଂଗ୍ ୫ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ଦେଇଥାଏ । ଚାର୍ଜିଂ କେସ୍ ସହ ପେୟାର ହେବା ପରେ ଏହାକୁ ୩୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଏହି ରିଂଗ୍ ୧ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ପ୍ରଦାନ କରୁଛି ।

୧. ଏହି ରିଙ୍ଗ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି ।

୨. ଛଅଟି ସାଇଜ୍ ଏବଂ ତିନୋଟି କଲର ଅପସନ୍‌(ବ୍ଲାକ୍‌, ଗୋଲ୍ଡ ଏବଂ ସିଲଭର) ସହ ଏହି ରିଙ୍ଗ୍ ଉପଲବବ୍ଧ ।

୩. ଦୈନନ୍ଦିନ ବ୍ୟବହାର ପାଇଁ ଏହି ରିଙ୍ଗ୍‌ ନିର୍ମିତ ହୋଇଛି ଯାହା 5ATM ପର୍ଯ୍ୟନ୍ତ ୱାଟର ରେଜିଷ୍ଟାଣ୍ଟ ଅଟେ । ଏହି ରିଂଗର ଓଜନ ୪.୭ ଗ୍ରାମ ଅଟେ ।

୪. BoAt Smart Ring Active ଆପଣଙ୍କ ହୃଦସ୍ପନ୍ଦନ ଏବଂ ଅମ୍ଳଜାନ ସ୍ତର(spO2) ଉପରେ ନଜର ରଖିଥାଏ । ଏହା ସହ ସ୍ଲୀପ୍ ମନିଟରିଂକୁ ବି ସର୍ପୋଟ କରିଥାଏ । ଏହା ଆପଣଙ୍କ ୱାର୍କଆଉଟ୍‌, ବ୍ୟାୟାମ ଏବଂ ଅନ୍ୟ ଦୈନନ୍ଦିନ କାର୍ଯ୍ୟକଳାପକୁ ଟ୍ରାକ୍ କରିଥାଏ ।

୫. ଏହି ରିଂଗ୍ ୨୦ରୁ ଉର୍ଦ୍ଧ୍ୱ ସ୍ପୋର୍ଟ୍ସ ମୋଡ୍ କୁ ସପୋର୍ଟ କରିଥାଏ । ଏହା ଆପଣଙ୍କ ଦୈନିକ ଷ୍ଟେପ୍ସ ମଧ୍ୟ ଗଣନା କରିଥାଏ । ୟୁଜରBoAt ରିଂଗ୍ ଆପ୍ ମାଧ୍ୟମରେ ଡାଟା ଆସେସ୍ କରିପାରିବେ ।

୬. ଏହାର ଟଚ୍ ଜେସ୍‌ଚର ଦ୍ୱାରା ୟୁଜର ସ୍ମାର୍ଟ ଫୋନ୍ ସହ ରିଂଗଙ୍କୁ ପେୟାର କରିପାରିବ । କେବଳ ଏତିକି ନୁହେଁ ଫଟୋ କ୍ଲିକ୍ କରିବା ପାଇଁ ମଧ୍ୟ ରିଙ୍ଗକୁ ସଟର ବଟନ୍ ଭଳି ବ୍ୟବହାର କରିପାରିବେ ।