ଘର ଭିତରୁ ଉଦ୍ଧାର ହେଲା ମା’ ଓ ପୁଅଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଂଚଳରେ ଏକ ଘର ଭିତରୁ ମା’ ଓ ପୁଅଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଘରେ ମା’ ଓ ପୁଅ ଙ୍କ ଝୁଲନ୍ତା ମୃତଦେହ ଥିବା ଜଣାପଡିଥିଲା।

ମୃତ ମା’ ଙ୍କର ନା ଜ୍ୟୋସ୍ନାରାଣୀ ଦାସ ହୋଇଥିବା ବେଳେ ସେ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଥିବାବେଳେ ଆତ୍ମହତ୍ୟା କରିଥିବା ପୁଅର ବୟସ ୨୭ ବର୍ଷ ଓ ତାଙ୍କ ନା ସୁଧିର ପଣ୍ଡା ବୋଲି ଜଣାପଡିଛି। ତେବେ କାହିଁକି ଓ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.