fbpx

‘ଡଲ୍’କୁ ବାହାହେଲେ ବଡି ବିଲଡର, ରଖୁଛନ୍ତି ଶାରୀରିକ ସମ୍ପର୍କ

କେବେ କୌଣସି ମଣିଷକୁ କଣ୍ଢେଇ ସହ ବାହା ହେବାର ଦେଖିଛନ୍ତି କି? ଯଦି ନା, ତେବେ ଆସନ୍ତୁ ଜାଣିବା ସେହିପରି କିଛି ମଜାଦାର ଘଟଣା ବିଷୟରେ । କାଜାଖସ୍ତାନରେ ୟୁରି ଟୋଲୋଶକୋ ନାମକ ଜଣେ ବଡି ବିଲଡର ନିଜ ‘ଡଲ୍’କୁ ବାହାହୋଇଛନ୍ତି । ସେ ଏହି ଡଲକୁ ବର୍ଷେ ପୂର୍ବରୁ ପ୍ରୋପୋଜ କରିଥିଲେ । ସେ ନିଜର ବିବାହର ଭିଡିଓ ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ।

ସେଠାକାର ସ୍ଥାନୀୟ ମିଡିଆ ସଂସ୍ଥା ଟିଏନଏନ ଅନୁଯାୟୀ, ଟୋଲୋଶକୋ ଓ ତାଙ୍କ ଡଲ୍ ମାର୍ଚ୍ଚ ମାସରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କୋଭିଡ-୧୯ ଯୋଗୁଁ ସେମାନେ ବିବାହର ତାରିଖ ଘୁଞ୍ଚାଇଥିଲେ ।

ତେବେ ୟୁରିଙ୍କ ଡଲର ନାଁ ହେଉଛି ମାର୍ଗୋ । ଟିଏନଏନ ରିପୋର୍ଟ ମୁତାବକ, ୟୁରୋ ଏହି ଡଲ ସହିତ ଡିନର୍, ଜିମ୍ ଓ ଯୋଗ କରିବା ସହ ଘରର ସବୁ କାମ କରନ୍ତି । ଏପରିକି ୟୁରି ଡଲ୍ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି । ଡଲ ସହ ବିବାହକୁ ନେଇ ୟୁରିଙ୍କ ପରିବାର ଲୋକ ପ୍ରଥମେ ରାଗିଥିଲେ । ଫଳରେ ୟୁରି ଡଲର ପ୍ଲାଷ୍ଟିକ ସର୍ଜରୀ କରିଥିଲେ । ଏହାପରେ ସମସ୍ତେ ରାଜି ହୋଇଥିଲେ ।

ଡଲ୍ ସହ ବାହା ହୋଇ ୟୁରି ବହୁତ ଖୁସି ଅଛନ୍ତି, ଯାହାକି ତାଙ୍କ ଭିଡିଓରୁ ଜଣାପଡୁଛି । ବାହାଘରରେ ୟୁରିଙ୍କ ସାଙ୍ଗମାନେ ଯୋଗ ଦେବା ସହ ଅନେକ ଲୋକ ସାମିଲ ହୋଇଥିଲେ ।

Get real time updates directly on you device, subscribe now.