fbpx

ଛଟେଇ କରିବ ବିମାନ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗ, ଫାଇନାନ୍ସ ଏବଂ HR ବିଭାଗରେ ୨,୦୦୦ ଚାକିରି ହ୍ରାସ କରିବ

Advertisement

ନୂଆଦିଲ୍ଲୀ: ବିମାନ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗ ଚଳିତ ବର୍ଷ ଫାଇନାନ୍ସ ଏବଂ HR ବିଭାଗରେ ୨୦୦୦ ନିଯୁକ୍ତି ହ୍ରାସ କରିବାକୁ ନିଷ୍ପତି ନେଇଛି । ନିକଟରେ ଏହାର ମୁଖ୍ୟାଳୟକୁ ଭର୍ଜିନିଆର ଆର୍ଲିଙ୍ଗଟନ୍‌କୁ ସ୍ଥାନାନ୍ତର କରିଥିବା ବୋଇଙ୍ଗ ମଧ୍ୟ ନିଶ୍ଚିତ କରିଛି ଯେ ଏହା ବେଙ୍ଗାଲୁରୁର ଭାରତରେ ଅବସ୍ଥିତ ଟାଟା କନ୍ସଲ୍ଟିଂ ସର୍ଭିସେସକୁ ପ୍ରାୟ ଏକ ତୃତୀୟାଂଶ ଚାକିରି ଆଉଟସୋର୍ସିଂ କରିବ ।

ନିଯୁକ୍ତି ହ୍ରାସ କରିବା ପରେ କମ୍ପାନୀ ଏହି ଟଙ୍କା ଉତ୍ପାଦନ, ଉନ୍ନତ ସେବା ଏବଂ ଟେକେନୋଲାଜି ପରିବତ୍ତର୍ନ ଆଣିବା ପାଇଁ କରିବ ବୋଲି କହିଛି । ତେବେ କମ୍ପାନୀର ଟିମ୍ ସହିତ ସ୍ୱଚ୍ଛ ଭାବରେ ଯୋଗୋଯାଗ କରିବାକୁ ଆମେ ଜାରି ରଖିବୁ ଏବଂ ଜାରି ରଖିବୁ ଯାହା ଦ୍ୱାରା ଆମେ କିଛି କର୍ପୋରେଟ୍ ସପୋର୍ଟ ଫଙ୍କସନ୍ ମଧ୍ୟରେ କମ୍ କମର୍ଚାରୀଙ୍କ ଆଶା କରୁଛୁ ବୋଲି କମ୍ପାନୀ ବିସିସିକୁ କହିଛି ।

ତେବେ ଛଟେଇ କରିଥିବା କର୍ମଚାରୀ ମାନଙ୍କୁ କମ୍ପାନୀ ଏହିଭଳି ସମୟରେ ସାହାଯ୍ୟ କରିବାକୁ ପ୍ରତିସୃତି ଦେଇଛି । ଏହାବାଦ୍ ବୋଇଙ୍ଗ କହିଛି ଯେ, ବର୍ତ୍ତମାନ ମଧ୍ୟ ଇଞ୍ଜିନିଅର ଏବଂ ମାନୁଫାକଚରିଂରେ ଦକ୍ଷ କର୍ମଚାରୀ ମାନଙ୍କୁ ନିଯୁକ୍ତି କରିବ । ଗତବର୍ଷ କମ୍ପାନୀ ୧୫ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଚଳିତ ବର୍ଷ ମଧ୍ୟ ୧୦ ହଜାର କର୍ମଚାରିଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି ।

Get real time updates directly on you device, subscribe now.