fbpx

ନିର୍ବାଚନୀ ମଇଦାନକୁ ଓହ୍ଲାଇବେ କଙ୍ଗନା

Advertisement

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ଚଳିତ ବର୍ଷ ଏତେ ଶୁଭ ନଥିଲା । କିନ୍ତୁ ନୂତନ ବର୍ଷର ଆଗମନ ପୂର୍ବରୁ ସେ ଏକ ଖୁସି ଖବର ଦେଇଛନ୍ତି । ରାଜନୀତିରେ ପାଦ ଥାପିବେ କଙ୍ଗନା । ବିଜେପି ଟିକଟରେ କଙ୍ଗନା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନେଇ ତାଙ୍କ ବାପା ସ୍ପଷ୍ଟ କରିଛନ୍ତି ।
ସୂତ୍ରରୁ ପ୍ରକାଶ ରବିବାର କଙ୍ଗନା କୁଲ୍ଲୁର ଶାସ୍ତ୍ରୀ ନଗର ସ୍ଥିତ ନିଜ ବାସଭବନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ । ଏହା ପରେ କଙ୍ଗନା ବିଜେପି ଟିକଟରେ ନିର୍ବାଚନ ଲଢ଼ିବା ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ କଙ୍ଗନାଙ୍କ ବାପା ଅମରଦୀପ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଝିଅ ମେବଳ ବିଜେପି ଟିକଟରେ ନିର୍ବାଚନ ଲଢ଼ିବ କିନ୍ତୁ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଦଳ ନିଷ୍ପତ୍ତି ନେବ । ଏହି ଖବର ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.