fbpx

ଆରମ୍ଭ ହୋଇନି iPhone 16 ସେଲ୍, ହାତରେ ଫୋନ ଧରି ଫଟୋ ଛାଡିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ନିକଟରେ ଆପଲ ଆଇଫେନ 16 ସିରିଜକୁ ଲଞ୍ଚ କରିଛି । ଆଇଫୋନ 16 ର ସେଲ ଆଜି ଅର୍ଥାତ 20 ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଛି । କିନ୍ତୁ ଏହା ପୂର୍ବରୁ ହିଁ ବଲିଉଡ ଅଭିନେତ୍ରୀଙ୍କ ହାତରେ ରହିଛି ଆଇଫୋନ 16 । ବଲିଉଡ ତାରକାଙ୍କୁ ଡେଲିଭରି ହୋଇଛି ଆଇଫୋନ । ନେହା ଧୁପିଆ, ସିଲ୍ପା ସେଟ୍ଟୀ, ମାଧୁରୀ ଦୀକ୍ଷିତଙ୍କ ସମେତ ଅନେକ ଅଭିନେତ୍ରୀ ଅନବକ୍ସିଂର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।  ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

ଆପଲ ଆଇଫୋନ ପ୍ରୋ ମ୍ୟାକ୍ସକୁ ମିଡ ରେଞ୍ଜ ସେଗମେଣ୍ଟରେ ରିଲିଜ କରିଛି । ଏହାର ଦାମ୍ 1 ଲକ୍ଷ 44 ହଜାର 900 ଟଙ୍କାରୁ ଆରମ୍ଭ ହେଉଛି । ସ୍ମାର୍ଟଫୋନକୁ ପାଓ୍ବାର ଦେବା ପାଇଁ ନଲ୍ ବ୍ୟାଟେରୀ ବ୍ୟବହୃତ ହୋଇଛି । ଆଇଫୋନ୍ 16 ପ୍ରୋ ମ୍ୟାକ୍ସ ସ୍ମାର୍ଟଫୋନ୍ ବ୍ଲାକ୍ ଟାଇଟାନିୟମ୍, ହ୍ୱାଇଟ୍ ଟାଇଟାନିୟମ୍, ନେଚର ଟାଇଟାନିୟମ୍ ଏବଂ ରଙ୍ଗରେ ଉପଲବ୍ଧ । ସ୍ମାର୍ଟଫୋନର ଡିସପ୍ଲେ ବିଷୟରେ କହିବାକୁ ଗଲେ ଏଥିରେ 6.9 ଇଞ୍ଚର LTPO Super Retina XDR OLED  ସ୍କ୍ରିନ 1320 x 2868 ରିଜେଲ୍ୟୁସନ ସହିତ ଆସୁଛି ।

ପ୍ରିମିୟମ୍ ଟାଇଟାନିୟମ୍ ଫ୍ରେମ୍ ଏବଂ ସେରାମିକ୍ ସିଲ୍ଡ ସହିତ ଏହାର ଏକ ନୂତନ ଡିଜାଇନ୍ ଅଛି । ଏଥିରେ 6.9 ଇଞ୍ଚର ସୁପର ରେଟିନା XDR OLED ଡିସପ୍ଲେ ଅଛି, ଯାହା ProMotion ଟେକ୍ନୋଲୋଜି ଏବଂ 120Hz ରିଫ୍ରେସ ରେଟ ସହିତ ଆସିଥାଏ । ଏହି ଫୋନରେ ଆପଲ୍ A18 ପ୍ରୋ ବାୟୋନିକ୍ ଚିପ୍ ଅଛି, ଯାହା 3nm ପ୍ରୋସେସ ଉପରେ ଆଧାରିତ । ଏହା 6-କୋର CPU ଏବଂ 6-କୋର GPU ସହିତ ଆସିଥାଏ, ଯାହା ଏହାକୁ ଆଇଫୋନ୍ 15 ପ୍ରୋ ମ୍ୟାକ୍ସ ଅପେକ୍ଷା ତୀବ୍ର ଏବଂ ଶକ୍ତିଶାଳୀ କରିଥାଏ ।

Get real time updates directly on you device, subscribe now.