ନା ଅମିତାଭ ବଚ୍ଚନ, ନା ସଲମାନ କି ବିରାଟ, ଏଥର ଏହି ହିରୋ ଭରିଛନ୍ତି ସବୁଠୁ ଅଧିକ TAX

ନୂଆଦିଲ୍ଲୀ: ଭାରତରେ ଅନେକ ବଡ଼ ବଡ଼ ବଲିଉଡ ଏବଂ ସ୍ପୋର୍ଟସ ସେଲିବ୍ରିଟି ଅଛନ୍ତି, ଯିଏକି କୋଟି କୋଟି ଟଙ୍କା ଟ୍ୟାକ୍ସ ଭରିବା ପାଇଁ ଜଣାଶୁଣା । ଏହି ତାଲିକାରେ, ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ବିରାଟ କୋହଲି, ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ନାମ ସାମିଲ ଅଛି । ଅକ୍ଷୟ କୁମାରଙ୍କର ଗତ କିଛି ବର୍ଷ ଭଲରେ ଯାଇନି, ତାଙ୍କର ଲଗାତାର ୧୦ଟି ଫିଲ୍ମ ଫ୍ଲପ ହୋଇଛି । ଏହା ତାଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପକାଇଛି । ଯେଉଁଥି ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ମଧ୍ୟ ପ୍ରଭାବିତ ହୋଇଛି । ସେ ସବୁଠାରୁ ଅଧିକ ଟ୍ୟାକ୍ସ ଭରୁଥିବା ସେଲିବ୍ରିଟି ଭାବେ ଜଣାଶୁଣା, ସେ ପୂର୍ବରୁ ଅନେକ ଥର ଏହି ତାଲିକାରେ ଉପରେ ରହିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ଟ୍ୟାଗ୍ ଅନ୍ୟ ଜଣେ ଅଭିନେତାଙ୍କ ହାତକୁ ଚାଲିଯାଇଛି ।

ଦେଶରେ ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ସେଲିବ୍ରିଟି ଚଳିତ ବର୍ଷ ଏକା ୯୩ କୋଟି ଟଙ୍କାର ଟ୍ୟାକ୍ସ ଭରିଛନ୍ତି । ଫର୍ଚୁନ ଇଣ୍ଡିଆ ଚଳିତ ବର୍ଷର ସେପ୍ଟେମ୍ବରରେ ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ସେଲିବ୍ରିଟି ତାଲିକା ଜାରି କରିଥିଲେ । ଏହି ସୂଚୀରେ ଏପରି କଳାକାରଙ୍କ ନାମ ସାମିଲ ଅଛି, ଯିଏ ୨୦୨୩-୨୪ ଆର୍ଥିକ ବର୍ଷରେ ସବୁଠୁ ଅଧିକ ଟ୍ୟାକ୍ସ ଭରିଛନ୍ତି ।

ସୁପରଷ୍ଟାର ଶାହରୁଖ ଖାନ ୯୨ କୋଟି ଟଙ୍କାର ଟ୍ୟାକ୍ସ ଭରି, ସର୍ବୋତ୍ତମ ସ୍ଥାନ ଅଧିକାର କରିଛନ୍ତି । ଏହାର କାରଣ ସେ ୨୦୨୩ରେ ତିନୋଟି ବ୍ଲକବଷ୍ଟର ଫିଲ୍ମ କରିଛନ୍ତି । ସେହି ଫିଲ୍ମ ଗୁଡିକ ହେଲା, ପଠାନ, ଯବାନ ଏବଂ ଡଙ୍କି ଅଟେ । ଏହି ଫିଲ୍ମରେ ସଫଳତା ପାଇଁ ଶାହରୁଖ ଖାନ ନିଜେ ହରାଇଥିବା ଷ୍ଟାରଡମ ମଧ୍ୟ ହାସଲ କରିଛନ୍ତି ।

ସେହିପରି ଏହି ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ସେ ୨୦୨୩-୨୪ ଅର୍ଥିକ ବର୍ଷରେ ୮୦ କୋଟି ଟଙ୍କାର ଟ୍ୟାକ୍ସ ଭରିଛନ୍ତି । ଏହାପରେ ସଲମାନ ଖାନ ୭୫ କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି । ତେବେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ଅମିତାଭ ବଚ୍ଚନ । ସେ ୭୧ କୋଟି ଟଙ୍କା ଟ୍ୟାକ୍ସ ଭରିବା ସହ ବିରାଟ କୋହଟି ୬୬ କୋଟି ଟଙ୍କା ଟ୍ୟାକ୍ସ ଭରି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।