fbpx

ଏଆଇର ଚମତ୍କାରୀତା: ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରୁଛନ୍ତି ବାର୍ବିଡୋଲ୍ ରେଖା

Advertisement

ମୁମ୍ବାଇ: ଅଭିନେତ୍ରୀ ରେଖା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛନ୍ତି । ସେ ନିକଟରେ ଏକ ଫଟୋଶୁଟ୍ କରାଇଛନ୍ତି ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ସେ ଏକ କ୍ୟୁଟ୍ ବାର୍ବି କଣ୍ଢେଇ ପରି ଦେଖାଯାଉଛନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ରେଖା ବାର୍ବି ଲୁକ୍ ରେ ଏହି ଫଟୋଶୁଟ୍ କରାଇ ନାହାନ୍ତି ବରଂ ଏହା ରେଖାଙ୍କର ଏଆଇ ଜେନେରେଟେଡ୍ ଫଟୋ । କିଛି ଫଟୋରେ ରେଖା ମୁଣ୍ଡରେ କ୍ୟାପ୍ ଲଗାଇଥିବା ବେଳେ ଅନ୍ୟ କିଛି ଫଟୋରେ ସେ ସର୍ଟ ଡ୍ରେସ୍ରେ ନଜର ଆସୁଛନ୍ତି ।

ତେବେ ରେଖାଙ୍କର ଏହି ବାର୍ବି ଫଟୋକୁ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରୁଛନ୍ତି । ରେଖାଙ୍କ ଏହିସବୁ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।  ଏହା ପୂର୍ବରୁ ରେଖା ଭୋଗ୍ ଅରେବିୟା ଲାଗି ଫଟୋଶୁଟ୍ କରାଇଥିଲେ ଯେଉଁଥିରେ ସେ ଅଲଗା ଅଲଗା ଆଉଟଫିଟସ୍ରେ ବହୁତ ସୁନ୍ଦର ଲାଗୁଥିଲେ । ଏହି ଫଟୋଶୁଟ୍ ପରେ ରେଖା ଚର୍ଚ୍ଚାରେ ରହି ଆସୁଥିଲେ ଓ ଏବେ ତାଙ୍କର ଏଆଇ ଦ୍ୱାରା ତିଆରି କରାଯାଇଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ତେବେ ରେଖାଙ୍କ ଏହି ଫଟୋ ଇକମର୍ସ ସାଇଟ୍ ମିନ୍ତ୍ରା ସେୟାର କରିଛି ଯେଉଁଥିରେ ସେ ପିଙ୍କ ଡ୍ରେସ୍ ରେ ନଜର ଆସୁଛନ୍ତି ।

Get real time updates directly on you device, subscribe now.