fbpx

‘ଆପକି କୁର୍ବାନିୟା ଔର ପ୍ରାର୍ଥନାଏଁ କବୁଲ ହୋ’; ପ୍ରିୟଙ୍କା ଚୋପ୍ରାଙ୍କ ଏହି ପୋଷ୍ଟ ଖୁବ ଜୋରରେ ହେଉଛି ଭାଇରାଲ, ଜାଣନ୍ତୁ କାରଣ

Advertisement

ମୁମ୍ବାଇ: ଆଜି ସାରା ଦେଶ ଇଦ-ଉଲ-ଜୁହା ପାଳନ କରୁଛି, ଏହା ମୁସଲିମମାନଙ୍କ ପାଇଁ ସବୁଠାରୁ ବଡ଼ ଉତ୍ସବ ମଧ୍ୟରୁ ଅନ୍ୟତମ । ଏହି ଅବସରରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାନ୍ସଙ୍କୁ ଇଦ-ଉଲ-ଜୁହା ର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଜହ୍ନ-ତାରାର ଏକ ଫଟୋ ସେୟାର କରିଛନ୍ତି ଏବଂ ଏହାର କ୍ୟାପସନରେ ଲେଖିଛନ୍ତି , ‘ସଭୀ କି କୁର୍ବାନିୟୋଁ କୋ ସରହନା ମିଲୀ, ପ୍ରାର୍ଥନାଏଁ କବୁଲ ହୋ ।’ ପ୍ରିୟଙ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟକାର୍ଡ ସେୟାର କରିଛନ୍ତି । ଏହି କାର୍ଡରେ ଅର୍ଦ୍ଧ ଚନ୍ଦ୍ର ଏବଂ ଏକ ମେସେଜ ଲେଖିଛନ୍ତି, ‘ଇଦ-ଉଲ-ଜୁହା କୀ ଶୁଭକାମନାଏଁ ।’

ପ୍ରିୟଙ୍କା ଚୋପ୍ରା ଆଗକୁ କହିଛନ୍ତି, ‘ ଏହି ଅବସରରେ କାମନା କରୁଛି ଯେ, ଆପଣଙ୍କ ବଳିଦାନକୁ ପ୍ରଂଶସା କରାଯାଉ ଏବଂ ଆପଣଙ୍କ ପ୍ରାର୍ଥନାମାନ ମଞ୍ଜୁର ହେଉ । ଇଦ-ଉଲ-ଜୁହା ମୁବାରକ ।’ ତେବେ ପ୍ରିୟଙ୍କା ଚୋପ୍ରା ଆମେରିକାରେ ରହି ମଧ୍ୟ ଭାରତର ସମସ୍ତ ଉତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି ।

ଏହା ପୂର୍ବରୁ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ମାଆ ମଧୁ ଚୋପ୍ରାଙ୍କ ଜନ୍ମଦିନ ସେଲିବ୍ରେସନ କରି ଅନେକ ଫଟୋ ସେୟାର କରିଥିଲେ । ଏଥିସହ ଶେଭେଚ୍ଛା ଜଣାଇ ଲେଖିଥିଲେ ଯେ, ‘ମ୍ୟାଜିକାଲ ଓମେନ କୋ ହାପି ବର୍ଥଡେ, ଆମ ଉପରେ ତୁମର ସର୍ବଦା ଆର୍ଶୀବାଦ ଥିବାରୁ ଧନ୍ୟବାଦ, ଆମକୁ ନିଜର ବେଷ୍ଟ ଭର୍ଜନ ସୃଷ୍ଟି କରିବା ପାଇଁ ଧନ୍ୟବାଦ, ଆମ ଲିଡର, ମୋ ମାଆ, ଜନ୍ମଦିନର ଶୁଭେଚ୍ଛା ।’

Get real time updates directly on you device, subscribe now.