fbpx

(Video) ରବୀନା ଟଣ୍ଡନଙ୍କ କାର ମହିଳାଙ୍କୁ ଧକ୍କା ଦେଇଥିଲା କି? ସିସିଟିଭି ଫୁଟେଜରେ ହେଲା ଖୁଲାସା

Advertisement

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ଏହି ବିଗତ ଦିନରେ ଚର୍ଚ୍ଚାରେ ରହିଛନ୍ତି । ରବିବାର ଦିନ ସକାଳେ ଆସିଥିବା ଖବର ମୁତାବକ, ରବୀନାଙ୍କ ଡ୍ରାଇଭର ଏକ ବୃଦ୍ଧାଙ୍କ ସମେତ ୩ ଜଣ ମହିଳାଙ୍କୁ କାରରେ ଧକ୍କା ଦେଇଛନ୍ତି । ଯାହା ପରେ ରବୀନା ଏବଂ ମହିଳାମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ବର୍ତ୍ତମାନ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛି ଯେ, ରବୀନା ଟଣ୍ଡନଙ୍କ କାର କୌଣସି ମଧ୍ୟ ମହିଳାଙ୍କୁ ଧକ୍କା ମାରିନାହିଁ ।

ସୂଚନା ମୁତାବକ ରବୀନା ଟଣ୍ଡନ ଝଗଡ଼ା କରିବାକୁ ନୁହେଁ ବରଂ ନିଜ ଡ୍ରାଇଭରଙ୍କୁ ସୁରକ୍ଷା ଦେବା ଲାଗି ବାହାରକୁ ବାହାରିଥିଲେ । ରିପୋର୍ଟରେ ଦାବି କରାଯାଇଛି ଯେ, ରବୀନା ନିଶାରେ ଥିଲେ, ହେଲେ ସେ ନିଶାରେ ନଥିଲେ । ସିସିଟିଭି ଫୁଟେଜରୁ ଏହା ପ୍ରମାଣିତ ହୋଇଛି ଯେ, ରବୀନା ଟଣ୍ଡନଙ୍କ କାର ମହିଳାମାନଙ୍କୁ ଧକ୍କା ମାରିନାହିଁ । ସିସିଟିଭି ଫୁଟେଜରେ ଏହା ପ୍ରମାଣିତ ହୋଇଛି ଯେ, ଡ୍ରାଇଭର ମହିଳାମାନଙ୍କ ସାମ୍ନାରେ କେବଳ କାର ବୁଲାଇଛନ୍ତି ।

ଶନିବାର ରାତିରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ମହିଳାମାନଙ୍କ ଏକ ଗ୍ରୁପ ରବୀନା ଟଣ୍ଡନଙ୍କ ସହ ଝଗଡ଼ା କରିବା ଦେଖିବାକୁ ମିଳିଥିଲା । ପିଡିତାଙ୍କ ମଧ୍ୟରୁ ଜଣେ ରବୀନାଙ୍କୁ ଏହା ମଧ୍ୟ କହିଥିବା ଶୁଣାଯାଇଛି ଯେ, ତୁମକୁ ରାତିରେ ଜେଲରେ ବିତାଇବାକୁ ପଡିବ । ମୋ ନାକରୁ ରକ୍ତ ବାହାରୁଛି । ଭିଡିଓରେ ରବୀନାଙ୍କୁ ଲୋକମାନଙ୍କୁ ଗୁହାରି କରିବା ଶୁଣାଯାଇଥିଲା ଯେ, ଧକ୍କା ମାରନ୍ତୁ ନାହିଁ । ପ୍ଲିଜ ମୋତେ ମାରନ୍ତୁନି । ଯେତେବେଳେ ତାଙ୍କ ନଜର କ୍ୟାମେରା ପଡିଥିଲା ସେ କହିଥିଲେ ଯେ, ଭିଡିଓ କରନ୍ତୁ ନାହିଁ ।

 

View this post on Instagram

 

A post shared by Showsha (@showsha_)

Get real time updates directly on you device, subscribe now.