fbpx

ସାମ୍ନାକୁ ଆସିଲା ରେଖାଙ୍କ ବେଡରୁମ୍ ଷ୍ଟୋରୀ, ସେକ୍ରେଟେରୀଙ୍କ ସହ ରହୁଥିଲେ ଲିଭ୍ ଇନ ରିଲେସନରେ

ନୂଆଦିଲ୍ଲୀ:ନିଜର ସୌନ୍ଦର୍ଯ୍ୟ ଓ ଦକ୍ଷ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ରାଜ କରି ଆସିଛନ୍ତି ରେଖା । କିନ୍ତୁ ନିଜ ହୃଦୟରେ ରେଖା ଯେ କେତେ ଅକୁହା ଯନ୍ତ୍ରଣାର ବୋଝ ବୋହି ଚାଲୁଛନ୍ତି ତହା କେହି କେବେ ବୁଝି ପାରିନାହାନ୍ତି । ୧୯୬୬ରେ ରିଲିଜ ହୋଇଥିବା ତେଲଗୁ ଫିଲ୍ମ ରଙ୍ଗୁଲା ରତ୍ନମରୁ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଥିବା ରେଖାଙ୍କ ନାମ ଶୁଣିଲେ ଆଜି ବି ଲୋକଙ୍କ ହୃଦୟରେ ଏକ ହଲଚଲ ସୃଷ୍ଟି ହୁଏ । କିନ୍ତୁ ରେଖା ନିଜ ପର୍ସନାଲ ଲାଇଫ୍ ପାଇଁ ବହୁ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ବି ପୁଣି ତାଙ୍କର ପର୍ସନାଲ ଲାଇଫ୍ କୁ ନେଇ ଏପରି କିଛି ଖୁଲାସା ହୋଇଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ତାଙ୍କ ସେକ୍ରେଟାରୀ ଓ ବେଡରୁମକୁ ନେଇ ବହୁ ଖବର ସାମ୍ନାକୁ ଆସିଛି ।
ରେଖାଙ୍କ ଉପରେ ଲିଖିତ ବାୟୋପିକ “ରେଖା :ଦି ଅନଟୋଲ୍ଡ ଷ୍ଟୋରୀ’ ରେ ଲେଖାଯାଇଛି ଯେ ରେଖା ନିଜ ସେକ୍ରେଟାରୀଙ୍କ ସହ ଲିଭ ଇନ ରିଲେସନରେ ରହୁଥିଲେ । ୟାସୀର ଉସମାନଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ କୁହାଯାଇଛି ରେଖା ନିଜ ସେକ୍ରେଟାରୀଙ୍କ ସହିତ ଲିଭ ଇନ ରିଲେସନରେ ରହୁଥିଲେ । ରେଖାଙ୍କ ସେକ୍ରେଟେରୀଙ୍କ ବ୍ୟତିତ ଆଉ କାହାକୁ ତାଙ୍କ ବେଡରୁମକୁ ଯିବାକୁ ଅନୁମତି ନ ଥିଲା । ରେଖା ତାଙ୍କ ସେକ୍ରେଟେରୀଙ୍କ ବିନା ରହିପାରୁ ନ ଥିଲେ । ରେଖା ଦି ଅନଟୋଲ୍ଡ ଷ୍ଟୋରୀର ଏକ ଭାଗ ଏବେ ସାମ୍ନାକୁ ଆସିଛି । ଫରଜାନା ରେଖାଙ୍କ ଲାଗି ଉପଯୁକ୍ତ ପାର୍ଟନର ଥିଲେ । ସେ ତାଙ୍କ ସେକ୍ରେଟେରୀ, ବନ୍ଧୁ, ତାଙ୍କ ସପୋର୍ଟ ଥିଲେ ଓ ରେଖା ତାଙ୍କ ବିନା ରହିପାରୁ ନ ଥିଲେ ।
ରେଖା ତାଙ୍କ ସେକ୍ରେଟାରୀ ଫରଜାନାଙ୍କ ଉପରେ ସବୁଠାରୁ ଅଧିକ ଭରସା କରୁଥିଲେ । କିଛି ଲୋକ କହନ୍ତି ସେ କୁଆଡେ ତାଙ୍କ ଲଭର ଥିଲେ । ତାଙ୍କ ବ୍ୟତିତ ରେଖାଙ୍କ ବେଡରୁମକୁ ଯିବାକୁ ଆଉ କାହାକୁ ଅନୁମତି ନ ଥିଲା । ଫରଜାନା ହିଁ ରେଖାଙ୍କ ପୁରା ଘର କାମ ସମ୍ଭାଳୁଥିଲେ ।

 

 

Get real time updates directly on you device, subscribe now.