fbpx

Happy Birthday Salman Khan: ନିଜ ଜନ୍ମଦିନରେ ପ୍ରଶଂସକମାନଙ୍କୁ ଏପରି ଭେଟି ଦେଇଛନ୍ତି ଭାଇଜାନ

Advertisement

ମୁମ୍ବାଇ: ଆଜି ବଲିଉଡ଼ର ଭାଇଜାନ ଅର୍ଥାତ ସଲମାନ ଖାନଙ୍କ ଜନ୍ମଦିନ । ନିଜ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି ଭାଇଜାନ । ତେବେ ନିଜ ପ୍ରିୟ ତାରକାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବାକୁ ଗତକାଲି ରାତିରେ ତାଙ୍କ ଘର ସାମ୍ନାରେ ପହଞ୍ଚିଥିଲେ ତାଙ୍କ ପ୍ରଶଂସକ । ଭୋର ୩ଟା ବେଳଠାରୁ ହିଁ ତାଙ୍କ ପ୍ରଶଂସକମାନେ ତାଙ୍କ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ସାମ୍ନାରେ ଭିଡ଼ ଜମାଇଥିଲେ ଭାଇଜାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ । ତେବେ ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସଲମାନ ନିଜ ଜନ୍ମଦିନ କେକ ମଧ୍ୟ କାଟିନଥିବା ଜଣାପଡ଼ିଛି । ବରଂ ନିଜ ଭାଣିଜୀ ଅୟାତଙ୍କର କେକ କାଟି ସେ ନିଜ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଏହା ସହିତ ଭଉଣୀ ଅର୍ପିତାଙ୍କ ଝିଅ ଅୟାତ ମଧ୍ୟ ଚଳିତ ବର୍ଷ ୪ ବର୍ଷର ହୋଇଛନ୍ତି । ଏପରି ସ୍ଥିତିରେ ଭାଇଜାନ ନିଜ ଜନ୍ମଦିନ ଅୟାତଙ୍କ ସହିତ ପାଳନ କରିଛନ୍ତି ।

ଅନ୍ୟପକ୍ଷରେ ସଲମାନ ମଧ୍ୟ ନିଜ ପ୍ରଶଂସକମାନଙ୍କୁ ଆଦୌ ନିରାଶ କରିନାହାନ୍ତି । ବାଲକୋନିକୁ ଆସି ସେ ପ୍ରତି ବର୍ଷ ପରି ନିଜ ଫ୍ୟାନ୍ସଙ୍କୁ ସ୍ୱାଗତ କରିଥିଲେ । ଏହା ସହିତ ଚଳିତ ବର୍ଷ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ସେ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି । ତେବେ ସେ ଅନେକ ସମୟରେ ତାଙ୍କ ଫ୍ୟାନ୍ସଙ୍କୁ ରିଟର୍ଣ୍ଣ ଗିଫ୍ଟ ଆକାରରେ ଏକ ନୂଆ ପିଲ୍ମ ଭେଟି ଦେଇଥାନ୍ତି । ତେବେ ଆସନ୍ତା ବର୍ଷ ସେ ନିଜ ପ୍ରଶଂସକମାନଙ୍କୁ ଖୁବ ଭଲ ଭଲ ଫିଲ୍ମ ଭେଟି ଦେବେ ବୋଲି ଘୋଷଣା କରିଛନ୍ତି ।

ତେବେ ୨୦୨୩ ମସିହା ସଲମାନଙ୍କ ପାଇଁ ସେତେଟା ଭଲ ନଥିଲା । କିନ୍ତୁ ଆସନ୍ତା ବର୍ଷ ଭାଇଜାନଙ୍କର ଅନେକ ଭଲ ଫିଲ୍ମ ଆସିବା ନେଇ ଫ୍ୟାନ୍ସ ଆଶା ପ୍ରକଟ କରିଛନ୍ତି । ତେବେ ଡାଇରେକ୍ଟରମାନେ ମ୍ୟଧ ଭାଇଜାନଙ୍କୁ ନେଇ ବେଶ ଆଶାବାଦୀ ଅଛନ୍ତି । ତେବେ ଏହାର କାରଣ ହେଉଛି ଆସନ୍ତା ବର୍ଷ ଭାଇଜାନଙ୍କ ହାତରେ ଗୋଟେ କିମ୍ବା ଦୁଇଟି ନୁହେଁ ବରଂ ୫ଟି ଫିଲ୍ମ ରହିଥିବା ଜଣାପଡ଼ିଛି । ତେବେ ଏପରି ଏକ ରିଟର୍ଣ୍ଣ ଗିଫ୍ଟ ପାଇଁ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.