Breaking: ଭୁବନେଶ୍ୱରରେ ବୋମା ମାଡ଼, ବରମୁଣ୍ଡା ଟିକେଟ୍ କାଉଣ୍ଟର ଜଳି ଛାରଖାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଅପରାଧିକ ମାମଲା । ସକାଳୁ ସକାଳୁ ବସ୍ ଟିକେଟ୍ କାଉଣ୍ଟରରେ ବୋମା ମାଡ଼ ।

ବରମୁଣ୍ଡା ବସଷ୍ଟାଣ୍ଡର ବିଶାଖାନାଟନମ୍ କାଉଣ୍ଟରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମା ଫୁଟିବା କାରଣରୁ କାଉଣ୍ଟରରେ ନିଆଁ ଲାଗିଯାଇଛି ।

ସେପଟେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରୟାସ ଜାରି ରଖିଛି ।

ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିରେ ସମ୍ପୃକ୍ତ କାହାକୁ ଖୋଜି ପାଇନି ପୋଲିସ ।

କିନ୍ତୁ ଶତ୍ରୁତାକୁ କେନ୍ଦ୍ର କରି କେହି ଏ କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି ।