ବାଙ୍କୀ: ସହଙ୍ଗା ଗୋପାଳପୁର ଗାଁରେ ବୋମାମାଡ଼ । ଘର ଉପରକୁ ୨ଟି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି ।
ଶୁକ୍ରବାର ବିଳମ୍ବିତ ରାତିରେ ଗୋଲେଖ ଜେନାଙ୍କ ଘର ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମା ଫିଙ୍ଗିଥିବା ଅଭିଯୁକ୍ତ ଫେରାର୍ ଥିବା କୁହାଯାଉଛି ।
ତେବେ କେଉଁ କାରଣରୁ ଦୁର୍ବୃତ୍ତ ବୋମା ମାଡ଼ କଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ଘଟଣା ଭିଆଯାଇଥିବା ଆଶଙ୍କା କରାଯାଉଛି ।