fbpx

ବାଇକରୁ ଖସି ଫୁଟିଗଲା ବୋମା: ଜଣେ ମୃତ, ଜଣେ ଗୁରୁତର

ଖଲିକୋଟ,୧ ।୧୨(ଓଡିଶା ଭାସ୍କର): ଖଲିକୋଟରେ ଅଞ୍ଚଳରେ ବାଇକରେ ବୋମା ଧରି ଯିବା ବେଳେ ହୋଇଛି  ବିସ୍ଫୋରଣ । ବାଇକ ଚକା ସ୍ଲିପ୍ କରିଯିବାରୁ ହଠାତ୍ ବୋମାଟି ତଳେ ପଡି ବିସ୍ଫୋରଣ ଘଟିଥିବା ଜଣାପଡିଛି । ବାଇକ ପଛରେ ବୋମା ଧରି ବସିଥିବା ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଯୁବକଙ୍କ ଗୋଟିଏ ହାତ ଉଡିଯିବା ସହ ଶୋଚନୀୟ ଭାବେ ତାଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ବାଇକ୍ ଚଳାଉଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଲିକୋଟ ଥାନା ନିର୍ମଳଝର ଛକରେ ଦୁର୍ଘଟଣା ଘଟିବା ପରେ ହୋଇଛି ଏହି ବିସ୍ଫୋରଣ । ତେବେ ଉଭୟ ଯୁବକ ବୋମା ଧରି କୁଆଡେ ଯାଉଥିଲେ ବୋଲି ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

Get real time updates directly on you device, subscribe now.