fbpx

ମାଓବାଦୀ ଲିଙ୍କ ମାମଲା: DU ପ୍ରଫେସର ଜିଏନ ସାଇବାବାଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ବମ୍ବେ ହାଇକୋର୍ଟ

Advertisement

ମୁମ୍ବାଇ: ଆଜି ଡିୟୁର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏଥିସହ ତାଙ୍କ ଉପରେ ଲାଗିଥିବା ଆଜୀବନ କାରଦଣ୍ଡକୁ ମଧ୍ୟ ବାତିଲ କରାଯାଇଛି । ଆଜି ବମ୍ବେ ହାଇକୋର୍ଟର ନାଗପୁର ପୀଠ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ଅନୁଯାୟୀ, ମାଓବାଦୀ ଗୋଷ୍ଠୀ ସହ ସମ୍ବନ୍ଧ ରଖିବାର ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବା ଏବଂ ଅନ୍ୟ ୫ଜଣଙ୍କ ଦଣ୍ଡକୁ ବାତିଲ କରାଯାଇଛି । ଜଷ୍ଟିସ ବିନୟ ଜୋଶୀ ଏବଂ ବାଲ୍ମିକୀ ଏସଏ ମେନେଜେସ ଏହି ମାମଲାରେ ନିଷ୍ପତ୍ତିର ଶୁଣାଣି କରିଛନ୍ତି । ଜିଏନ ସାଇବାବ ଏବଂ ତାଙ୍କ ସହ-ଅଭିଯୁକ୍ତଙ୍କୁ ୨୦୧୪ ମସିହାରେ ମାଓବାଦୀ ଗୋଷ୍ଠୀଙ୍କ ସହ ଲିଙ୍କ ଏବଂ ଭାରତ ବିରୋଧୀ ଗତିବିଧିମାନରେ ସାମିଲ ହେବାର ଅଭିଯୋଗରେ ଗିରଫ କରାଯାଇଛି ।

ଜିଏନ ସାଇବାବା, ହେମ ମିଶ୍ରା, ମହେଶ ତିର୍କୀ, ବିଜୟ ତିର୍କୀ, ନାରାୟଣ ସାଙ୍ଗଲୀକର, ପ୍ରଶାନ୍ତ ରାହୀ ଏବଂ ପାଣ୍ଡୁ ନରୋଟେଙ୍କୁ ମାଓବାଦୀ ଲିଙ୍କ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଏହି ପ୍ରସଙ୍ଗରେ ସରକାରୀ ପକ୍ଷ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ସରକାରୀ ଦଳର ଓକିଲମାନେ ବିଚାର କରୁଛନ୍ତି। ଜିଏନ୍ ସାଇବାବା ବର୍ତ୍ତମାନ ନାଗପୁର କେନ୍ଦ୍ରୀୟ ଜେଲରେ ଅଛନ୍ତି। କୋର୍ଟ ଜିଏନ୍ ସାଇ ବାବା ଏବଂ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ଅଭିଯୁକ୍ତମାନଙ୍କୁ ୫୦ ହଜାର ଟଙ୍କା ବଣ୍ଡରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜିଏନ୍ ସାଇବାବା, ଗୋକାର୍କୋଣ୍ଡା ନାଗା ସାଇବାବା ନାମରେ ମଧ୍ୟ ଜଣାଶୁଣା, ସେ ଜଣେ ଭାରତୀୟ ପଣ୍ଡିତ, ଲେଖକ ତଥା ମାନବାଧିକାର କର୍ମୀ। ସେ ଜଣେ ପୂର୍ବତନ ସହକାରୀ ପ୍ରଫେସର ଥିଲେ ଏବଂ ବିଭିନ୍ନ ସାମାଜିକ ଓ ରାଜନୈତିକ ଆନ୍ଦୋଳନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ସାଇବାବା ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ସହରର ଅମାଲାପୁରମରେ ଏକ ଗରିବ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପୋଲିଓ କାରଣରୁ ସେ ପାଞ୍ଚ ବର୍ଷ ବୟସରୁ ଏକ ହ୍ୱିଲ୍ ଚେୟାର ବ୍ୟବହାର କରିଆସୁଛନ୍ତି।

Get real time updates directly on you device, subscribe now.