fbpx

ମାତ୍ର ୯ ଟଙ୍କାରେ କରନ୍ତୁ ଗ୍ୟାସ୍ ସିଲିଣ୍ଡର ବୁକ୍ ! ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ରହିଛି ଅଫର୍‌, ଜାଣନ୍ତୁ କିପରି କରିବେ ବୁକିଂ?

ନୂଆଦିଲ୍ଲୀ,୨୦ ।୪: ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଲଗାତାର ବଢିବାରେ ଲାଗିଛି । କରୋନା କାଳରେ ଏଲପିଜି ଗ୍ୟାସ ଦାମ୍ ବଢୁଥିବାରୁ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକେ । ଏଭଳି ପରିସ୍ଥିତିରେ ଆପଣଙ୍କୁ ମାତ୍ର ୯ ଟଙ୍କାରେ ସିଲିଣ୍ଡର କିଣିବାର ସୁଯୋଗ ରହିଛି । ପେଟିଏମ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଏହି ସ୍ୱତନ୍ତ୍ର ଅଫର୍ ରହିଛି । କିନ୍ତୁ ଆପଣ ୩୦ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇ ପାରିବେ । ଅର୍ଥାତ୍ ଆପଣଙ୍କୁ ବୁକିଂ କରିବା ଆଉ ମାତ୍ର ୧୦ ଦିନ ବାକି ଅଛି, ତେବେ ଶୀଘ୍ର ଗ୍ୟାସ୍ ବୁକ୍ କରନ୍ତୁ । ପେଟିଏମ୍ ଏହି ଅଫରକୁ ‘ଫାଷ୍ଟ ଟାଇମ୍‌’ ନାମରେ ନାମିତ କରିଛି । ତେବେ ଆସନ୍ତୁ ଜାଣିବା ୯ଟଙ୍କାରେ କିପରି କରିବେ ଏକ ଗ୍ୟାସ୍ ସିଲିଣ୍ଡର ବୁକିଂ…

ତେବେ ପେଟିଏମ ମାଧ୍ୟମରେ ପ୍ରଥମ ଥର ଗ୍ୟାସ ସିଲିଣ୍ଡର ବୁକ୍ କରୁଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ । ଯେତେବେଳେ ଆପଣ ଗ୍ୟାସ୍ ବୁକିଂ ପାଇଁ ପେମେଣ୍ଟ କରିବେ, ସେତେବେଳେ ଆପଣଙ୍କୁ ୮୦୦ ଟଙ୍କା ମୂଲ୍ୟର ସ୍କ୍ରାଚ୍ କାର୍ଡ ମିଳିବ । ଏଥିରେ ଆପଣ ୧୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ ।

ଏହି ସୁବିଧା ପାଇବା ପାଇଁ ପ୍ରଥମେ ମୋବାଇଲ୍ ଫୋନରେ ପେଟିଏମ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହା ପରେ, ଆପଣଙ୍କ ଗ୍ୟାସ୍ ଏଜେନ୍ସି ସହିତ ସିଲିଣ୍ଡର ବୁକିଂ କରିବାକୁ ପଡିବ । ଏଥିପାଇଁ, ପେଟିଏମ୍ ଆପରେ ‘ସୋ ମୋର’କୁ ଯାଆନ୍ତୁ ଏବଂ କ୍ଲିକ୍ କରନ୍ତୁ । ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣ କ୍ୟାସବ୍ୟାକ୍ ର ଏକ ସ୍କ୍ରାଚ୍ କାର୍ଡ ପାଇବେ । ଏହି ସ୍କ୍ରାଚ୍ କାର୍ଡକୁ ୭ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡିବ ।

ତେବେ ପେଟିଏମ୍ ଏହା ପ୍ରଥମ ନୁହେଁ, ବର ଏହା ପୂର୍ବରୁ ପେଟିଏମ୍ ଏଲପିଜି ଗ୍ୟାସ୍ ବୁକିଂରେ ଏହି ଅଫର୍ ଦେବା ପାଇଁ କାମ କରିଛି । ଏହାପୂର୍ବରୁ ଗ୍ରାହକମାନଙ୍କୁ କମ୍ପାନୀ ବୁକିଂରେ ୭୦୦ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେଉଥିଲେ । ଏଥର ପେଟିଏମ ପକ୍ଷରୁ ୮୦୯ ଟଙ୍କାରେ ମିଳୁଥିବା ଏଲପିଜି ଗ୍ୟାସ ସିଲିଣ୍ଡରରେ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦିଆଯାଉଛି ।

Get real time updates directly on you device, subscribe now.