fbpx

ବୋମା ଫିଙ୍ଗି ଫେରାର ହୋଇଗଲେ ଦୁର୍ବୃତ୍ତ, ବାଇକ୍‌ ଜବତ

Advertisement

ଏରସମା, (ଭାସ୍କର ନ୍ୟୁଜ୍‌): ଏରସମା ଥାନା ଅଞ୍ଚଳ ଅନ୍ତର୍ଗତ ସୋମପୁର ପଞ୍ଚାୟତସ୍ଥିତ ଗାରଡମଲ୍ଲ ପୋଲ ନିକଟରେ କାଁପଡା ଗାଁର ବିକ୍ରମ ମହାନ୍ତିଙ୍କ ଉପରକୁ ବୋମା ଫିଙ୍ଗି ଦୃର୍ବୃତ୍ତ କେଉଁ ଆଡେ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଘଟଣାରେ ଆହତ ବିକ୍ରମଙ୍କ ପତ୍ନୀ ରୀନାରାଣୀ ମହାନ୍ତି ଗତ ମଙ୍ଗଳବାର ରାତିରେ ଏରସମା ଥାନାରେ ବିଧିବଦ୍ଧ ଭାବେ ଏତଲା ଦାୟର କରିଛନ୍ତି । ଏତଲାରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ଗତ ମଙ୍ଗଳବାର ସଂଧ୍ୟାରେ କାଁପଡା ଗାଁର ବିକ୍ରମ ମହାନ୍ତି ଓରଫ ବିକା ନିଜର ବାଇକ ଯୋଗେ ଗାରଡମଲ୍ଲ ପୋଲ ନିକଟରେ ଘରକୁ ଫେରୁଥିବା ସମୟରେ କେହି ଦୁର୍ବୃତ୍ତ ହଠାତ ତାଙ୍କ ଉପରକୁ ବୋମା ଫିଙ୍ଗିବାରୁ ଘଟଣାସ୍ଥଳରେ ବିକ୍ରମଙ୍କ ବାଇକଟି ଆଂଶିକ ଜଳିଯିବା ସଂଗେ ସଂଗେ ନିଜେ ଖଣ୍ଡିଆ ଖାବରା ହୋଇଯାଇଥିଲେ । ଏହି ଘଟଣାରେ ଏତଲା ଦାୟର ହେବା ପରେ ଏରସମା ଥାନା ଅଧିକାରିଣୀ ଲିଜାରାଣୀ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ କ୍ଷତିଗ୍ରସ୍ତ ବାଇକଟିକୁ ଥାନାକୁ ଆଣି ଥିବା ବେଳେ ଆହତ ବିକ୍ରମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ ଟିମ ଗାରଡମଲ୍ଲରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଥିବା ବେଳେ ଏରସମା ଥାନା ପକ୍ଷରୁ କେସ୍‌ ନଂ ୩୦୮/୨୧ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.