ଅନୁମତି ବିନା ବାରମ୍ବାର ଛୁଇଁଥିଲେ ବସ୍: ଯୌନ ନିର୍ଯତନା ମାମଲା ଦାୟର କଲେ ମହିଳା କର୍ମଚାରୀ, ଦେଖନ୍ତୁ ଭିଡିଓ….

ନୂଆଦିଲ୍ଳୀ : ବାରମ୍ବାର ଅଫିସରେ ମହିଳା କର୍ମଚାରୀଙ୍କୁ ଗୁଡ ଗାର୍ଲ କହିବା ଓ ଅନୁମତି ବିନା ଅତି ନିକଟତର ହେବା ଜଣେ ବସ ପାଇଁ ଭାରି ପଡିଛି । ମହିଳା ଜଣକ ବସ ଙ୍କ ବିରୋଧରେ କୋର୍ଟ କେସ କରିଛନ୍ତି । ଆଉ ବ୍ରିଟିସ କୋର୍ଟ ମହିଳାଙ୍କ ଏହି ମାମଲାକୁ ଗ୍ରହଣ କରି ସଂପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକୁ ଯୌନ ଉତ୍ପୀଡନ ବୋଲି କହିଛନ୍ତି। ବ୍ରିଟେନର ୩୯ ବର୍ଷୀୟା ଏହି ଅଭିଯୋଗକାରିଣୀଙ୍କ ନାମ ହେଉଛି ଫ୍ରାନ୍ସିସ ଫ୍ରିକର । ଯିଏ ଏକ ବିଜନେସ କନସଲଟାନ୍ସୀ ଫାର୍ମ ଗାର୍ଟନରରେ କାମ କରନ୍ତି । ୨୯୭ ଅରବ ମୂଲ୍ୟର ଏହି ଫାର୍ମ ହେଉଚି ଏକ ନାମୀଦାମୀ କମ୍ପାନୀ ।

ଏବେ ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ କମ୍ପାନୀକୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେଣି । ଫ୍ରିକର ଏହି କମ୍ପାନୀର ବସ ଗ୍ୟୁସେପ ଅଜରୋଲ୍ଡୀଙ୍କ ନାମରେ ମାମଲା ଦାୟର କରିଛନ୍ତି । ବାରମ୍ବାର ଗୁଡ ଗାର୍ଲ କହି ବେଶି କ୍ଲୋଜ ହେବାରୁ ସେ ବାଧ୍ୟ ହୋଇ ଅଭିଯୋଗ କରିଥିଲେ । ଏମିତିକି ତାଙ୍କ ଓଜନକୁ ନେଇ ବି ସଂପୃକ୍ତ ବସ ପରିହାସ କରିଥିଲେ । ଖାଲି ଏତିକି ନୁହେଁ ଏକ ବିସନେସ ଟ୍ରିପରେ ଫ୍ରିକରଙ୍କୁ ଗ୍ୟୁସେପ କିସ କରିବାକୁ ବି ଚେଷ୍ଟା କରିଥିଲେ । ମନା କରିବା ପରେ ବି ହସି ହସି ଅଭିଯୁକ୍ତ ବସ କଥାକୁ ଏଡାଇ ଯାଉଥିଲେ । କିଛି ଦିନ ପରେ ଗ୍ୟୁସେପ ଇସ୍ତଫା ଦେଇଥିଲେ ।

ତାଙ୍କ ଜାଗାରେ ଯେଉଁ ନୂଆ ବସ ଆସିଲେ ସେ ବି ଫ୍ରିକରଙ୍କ ସହ ସେମିତି ବ୍ୟବହାର ଜାରି ରଖିଥିଲେ । ଯେଉଁଥିପାଇଁ ବାଧ୍ୟ ହୋଇ ଫ୍ରିକର ୨୦୧୯ରେ କମ୍ପାନୀ ଛାଡିଲେ ଏବଂ ଅତିଷ୍ଠ ହୋଇ କମ୍ପାନୀ ଓ ବସ ବିରୋଧରେ କୋର୍ଟରେ କେସ ଫାଇଲ କରିଥିଲେ । ଏହି ମାମଲାର ଏବେ ତଦନ୍ତ ଜାରି ରହିଛି ।