ସଂସଦ ବାହାରେ କଂଗ୍ରେସର ନାରାବାଜି, ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନୂଆଦିଲ୍ଲୀ: ସଂସଦରେ ଲୋକ ସଭା ମୌସୁମୀ ଅଧିବେଶନ ଚାଲିଥିବାବେଳେ ଆଜି ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସର ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଯେଉଁ କାରଣରୁ ସ୍ପିକର ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ସଂସଦର ୨ଟିଯାକ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ କଂଗ୍ରେସ ସାହସଦ ଏବଂ ଲୋକସଭା ବିରୋଧୀ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ନିର୍ବାଚନ ଆୟାଗ ଏସଆଇଆର୍ ପକ୍ରିୟାର ଘୋର ବିରୋଧ କରିଛି କଂଗ୍ରେସ । ଆଜି ସଂସଦରେ ମୌସୁମୀ ଅଧିବେଶନର ୫ମ ଦିନ । ରାଜ୍ୟ ସଭାରେ ବିରୋଧୀ ହଟ୍ଟଗୋଳ କରିବା କାରଣରୁ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି ।