fbpx

୧୮ ମାସ ହେବ କରିନାହାନ୍ତି ମଳତ୍ୟାଗ, ହେଲେ ଦିନକୁ ଖାଉଛନ୍ତି ୧୮ରୁ ୨୦ ରୁଟି

ଜଣେ ୧୬ ବର୍ଷର ଯୁବକଙ୍କୁ ଅଜବ ରୋଗ ହୋଇଥିବାର ଦେଖିବାକୁ ମିଳିଛି । ସେ ଗତ ୧୮ ମାସ ହେବ ମଳତ୍ୟାଗ କରିନାହାନ୍ତି, କିନ୍ତୁ ଦିନକୁ ୧୮ରୁ ୨୦ ପଟ ରୁଟି ଖାଉଛନ୍ତି । ଆପଣଙ୍କୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କିଛି ବି ସମସ୍ୟା ହୋଇନାହିଁ, କିନ୍ତୁ ପରିବାର ଏହାକୁ ନେଇ ଚିନ୍ତିତ ଅଛନ୍ତି । ଯୁବକ ଜଣକ କୌଣସି ବଡ଼ ରୋଗର ଶିକାର ହୋଇଥିବା ଭାବି ପରିବାର ଚିନ୍ତିତ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଦେଖିବାକୁ ମିଳିଛି ।

ମୁରେନାରେ ଏକ ଗରିବ ପରିବାରରେ ରହୁଥିବା ଏହି ୧୬ ବର୍ଷର ଯୁବକ ଜଣକ ହେଉଛନ୍ତି ଆଶିଷ ଚାନ୍ଦିଲ । ଆଶିଷଙ୍କ ଏହି ସମସ୍ୟା ଜଣାପଡିବା ପରେ ପରିବାର ଲୋକେ ଅନେକ ଡାକ୍ତର ଦେଖାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧାର ରୋଗର କାରଣ ଜଣାପଡିନାହିଁ । ଆଶିଷ ଦିନକୁ ୧୮ରୁ ୨୦ ପଟ ରୁଟି ଖାଉଥିଲେ ବି ପେଟରେ କୌଣସି ସମସ୍ୟା ହେଉନାହିଁ । ସାଧାରଣ ପିଲାଙ୍କ ସେ ମଧ୍ୟ ଜୀବନଯାପନ କରୁଛନ୍ତି । ଆଶିଷ କୌଣସି ବଡ ରୋଗର ଶିକାର ନହୁଅନ୍ତୁ ବୋଲି ପରିବାରର ସମସ୍ତେ ଚିନ୍ତିତ ଅଛନ୍ତି ।

Get real time updates directly on you device, subscribe now.