fbpx

ରାସନ କାର୍ଡରେ ମିଳୁଛି ୧୦ ଲକ୍ଷ ଟଙ୍କାର ଲୋନ, ସୁଧ ବି କମ, ଏପରି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ସାଧାରଣତଃ ରାସନ କାର୍ଡ ଏବଂ ବିପିଏଲ କାର୍ଡ ମାଧ୍ୟମରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରାସନ ମିଳିଥାଏ। କିନ୍ତୁ ଏହା ବ୍ୟତୀତ ଲୋକଙ୍କୁ ଅନେକ ସୁବିଧା ମିଳୁଛି। ବିପିଏଲ ରାସନ କାର୍ଡ ଧାରକ ନିଜ କାର୍ଡ ପାଇଁ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ। ଆସନ୍ତୁ ଜାଣିବା କିପରି।

ହରିୟାଣା ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ବିପିଏଲ ରାସନ କାର୍ଡ ରଖିଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିଥାଏ। ହରିୟାଣା ସରକାରଙ୍କ ମୁତାବକ ଏହି ଲୋନ ଅନୂସୂଚୀତ ଜାତିଙ୍କ ବିପିଏଲ ରାସନ କାର୍ଡ ଧାରକଙ୍କୁ ମିଳିଥାଏ। ଏଥିରେ ଯୁବକଙ୍କୁ ହିଁ ଋଣ ମିଳୁଛି। ଏହି ଯୋଜନା ଅନୁସୂଚୀତ ଜାତି ଅର୍ଥ ଏବଂ ବିକାଶ ନିଗମ ପକ୍ଷରୁ ସ୍ୱରୋଜଗାର ଯୋଜନା ଅନୁଯାୟୀ ପରିଚାଳିତ କରାଯାଉଛି। ଯୋଜନା ଅନୁଯାୟୀ, ଯୁବକମାନେ ନିଜ କାମ ଆରମ୍ଭ କରିବା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ନେଇପାରିବେ। ନେସନାଲ ସିଡ୍ୟୁଲ କାଷ୍ଟ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ ଜରିଆରେ ଏହି ଲୋନ ଦିଆଯାଇଥାଏ। ଏହି ଲୋନ ଖାସକରି ବିଜନେସ ପାଇଁ ହିଁ ମିଳିଥାଏ। ବିପିଏଲ ରାସନ କାର୍ଡରେ ଲୋନ ନିଆଯାଇପାରିବ। ଏଥିରେ ସୁଧକୁ ମଧ୍ୟ ଛାଡ କରାଯାଇଛି।

ହରିୟାଣା ସରକାରଙ୍କ ମୁତାବକ, ଯେଉଁ ପରିବାରମାନଙ୍କ ବାର୍ଷିକ ଆୟ ୧.୮୦ ଲକ୍ଷ ଟଙ୍କାରୁ କମ, ସେମାନେ ବିପିଏଲ ରାସନ କାର୍ଡ ତିଆରି କରିପାରିବେ। ହରିୟାଣା ସରକାର ବର୍ତ୍ତମାନ ଏହି କାର୍ଡକୁ ଫ୍ୟାମିଲି ଆଇଡି ସହ ଯୋଡି ସାରିଛନ୍ତି। ଏଥିରେ ଲୋକଙ୍କୁ ଅନଲାଇନରେ ହିଁ ବିପିଏଲ କାର୍ଡ ଜାରି କରାଯାଇଥାଏ।

Get real time updates directly on you device, subscribe now.