fbpx

ହଷ୍ଟେଲରେ ଏମିତି କଣ ହେଲା କି ଫାର୍ମାସୀ ଛାତ୍ରୀ…

ବ୍ରହ୍ମପୁର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିଆଳ ଗାଁର ଏକ ଦମ୍ପତି ନିଜ ଝିଅକୁ ନିଜ ଗୋଡରେ ଠିଆ କରିବାକୁ ଚାହିଁଥିଲେ । ଆଜି ମଧ୍ୟ ପୁରୀରେ ଝିଅଙ୍କ ପାଠପଢା ଓ ଚାକିରି ପରି ବିଷୟକୁ ଲୋକ ଛୋଟ ଦୃଷ୍ଟିରେ ଦେଖୁଥାନ୍ତି, କିନ୍ତୁ ଏହି ଦମ୍ପତି ଝିଅକୁ ପଢାଇଥିଲେ । ଭାବିଥିଲେ ଝିଅ କିଛି ଗୋଟିଏ ଚାକିରି କରି ସ୍ୱାବଲମ୍ବୀ ହେବ, ସ୍ୱାଭିମାନର ସହ ଜୀଇଁବ ।

କିନ୍ତୁ, ବାପା ମାଆଙ୍କ ସବୁ ଆଶାକୁ ଆଶାରେ ରଖି ଆରପାରିକୁ ଚାଲିଯାଇଛି ଝିଅଟି । ସେ ଫାର୍ମାସୀ ପାଠ୍ୟକ୍ରମରେ ବ୍ରହ୍ମପୁରରେ ହଷ୍ଟେଲରେ ରହି ପଢୁଥିବା ବେଳେ ତାର ମୃତଦେହ ହଷ୍ଟେଲ ରୁମରୁ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ ।

ସୂଚନା ମୁତାବକ, ବ୍ରହ୍ମପୁରର ଏକ ଘରୋଇ ଫାର୍ମାସୀ କଲେଜରେ ଶିଆଳ ଗାଁର ଋତୁପର୍ଣ୍ଣା ଦାସ ନାମକ ଝିଅ ପଢୁଥିଲେ । କଲେଜ ହଷ୍ଟେଲରେ ରହୁଥିଲେ । କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କ କୋଠରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ହଷ୍ଟେଲ ସହ କଲେଜରେ ଶୋକର ଛାୟା । କାହିଁକି ଛାତ୍ରୀ ଜଣକ ଏମିତି କଲେ, ନା କେହି ତାଙ୍କୁ ହତ୍ୟାକରିଛି ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

ଘଟଣା ନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ହଷ୍ଟେଲରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏଥିସହ ଛାତ୍ରୀଙ୍କ ପରିବାରର ଆସିବାକୁ ଅପେକ୍ଷା କରାଯାଇଛି । ପରିବାର ବର୍ଗଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ କରାଯିବ । ସେପଟେ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ହୁଏତ କେହି ଛାତ୍ରୀଙ୍କୁ ହତ୍ୟାକରିଥାଇପାରେ, ଏହି ଦିଗପ୍ରତି ମଧ୍ୟ ପୋଲିସ ତଦନ୍ତର ଦିଗ ରଖିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.