fbpx

ବ୍ରଜରାଜନଗର ଉପ-ନିର୍ବାଚନ ଲଢ଼େଇ, ନାମାଙ୍କନ ଦାଖଲ କଲେ ବିଜେଡି, କଂଗ୍ରେସ ଓ ବିଜେପି

ଝାରସୁଗୁଡ଼ା: ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଆଜି ପ୍ରମୁଖ ତିନି ଦଳ ବିଜେଡି, କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ପ୍ରଥମେ ବିରାଟ ପଟୁଆର ଧରି ଝାରସୁଗୁଡ଼ା ଜିଲ୍ଲା ପାଳଙ୍କ ଅଫିସରେ ପହଞ୍ଚିଥିଲେ ଦିବଙ୍ଗତ କିଶୋର ମହାନ୍ତିଙ୍କର ପତ୍ନୀ ଅଳକା ମହାନ୍ତି । ତାଙ୍କ ସହ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ମହିଳା ନେତ୍ରୀ ବିଧାୟିକା ସ୍ନେହାଙ୍ଗିନି ଛୁରୀଆ ଆଦି ତାଙ୍କ ସହ ଉପସ୍ଥିତ ଥିଲେ ।

Image

ଏହା ପରେ ବିଜେପି ପ୍ରାର୍ଥି ରାଧାରାଣି ପଣ୍ଡା ମଧ୍ୟ ବିରାଟ ପଟୁଆର ସହ ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ । ତାଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରି ନାୟକ, ବିଧାୟକ ଶଙ୍କର ଓରାମ, ବିଧାୟକ ଭବାନୀ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆଦି ଉପସ୍ଥିତ ଥିଲେ ।

ଶେଷରେ କଂଗ୍ରେସର ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ମଧ୍ୟ ବିରାଟ ପଟୁଆର ସହ ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ । ତାଙ୍କ ସହ ରାଜଗାଙ୍ଗପୁର ବିଧାୟକ ରଞ୍ଜନ ଏକ୍କା, ଜିଲ୍ଲା ସଭାପତି ଭାରତ ଅଗସ୍ତି, ବେଲପାହାଡ଼ ନଗରପାଳ ବୁଲୁ ପଣ୍ଡା, ମହେନ୍ଦ୍ର ନାୟକ, ପ୍ରମୋଦ ପଣ୍ଡା, ବ୍ରଜରାଜନଗର ଟାଉନ କଂଗ୍ରେସ ସଭାପତି ପ୍ରଫୁଲ୍ଲ ପଣ୍ଡା ଆଦି ଉପସ୍ଥିତ ଥିଲେ ।

ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନମଣ୍ଡଳୀରେ ତ୍ରିକୋଣୀୟ ଲଢେଇ ହେବାର ଆଶା କରାଯାଉଛି । ଏଥିପାଇଁ ମତଦାନ ମେ ୩୧ ରେ ଅନୁଷ୍ଠିତ ହେବ। ଭୋଟର ଗଣନା ଜୁନ୍ ୩ ରେ ହେବ ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା ଜୁନ୍ ୫ ସୁଦ୍ଧା ଶେଷ ହେବ। ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦, ୨୦୨୧ ରେ ହୃଦ୍‌ଘାତ ହେତୁ ବ୍ରଜରାଜନଗରରୁ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି।

Get real time updates directly on you device, subscribe now.