fbpx

ବାଜିଲା ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଗୁଲ, ମେ ୩୧ ମତଦାନ

ଝାରସୁଗୁଡ଼ା: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ନିର୍ବାଚନ କମିଶନ । ମେ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ଆୟୋଗ । ଏନେଇ ବିଧିବଦ୍ଦ ବିଜ୍ଞପ୍ତି ମେ ୪ ତାରିଖରେ ପ୍ରକାଶ ପାଇବ । ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ । ଏହା ପରେ ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ମେ ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଧାର୍ଯ୍ୟ ହୋଇଛି । ମେ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଜୁନ୍ ୩ ତାରିଖରେ ଭୋଟ ଗଣନା ହେବ ।

ଗତବର୍ଷ ଡିସେମ୍ବର ୩୧ ତାରିଖରେ ହୃଦଘାତରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କର ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି । ୬୩ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଥିଲେ । ନିକଟରେ ଏହି ଆସନରେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ସେ ପ୍ରଥମ ଦାବିଦାର ବୋଲି ତାଙ୍କର ସ୍ତ୍ରୀ କହିଥିଲେ । ଏହା ପରେ ବ୍ରଜରାଜନଗରରେ ନିର୍ବାଚନୀ ମାହୋଲ ସରଗରମ ହୋଇଯାଇଛି ।

Get real time updates directly on you device, subscribe now.