ବ୍ରଜରାଜନଗର ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା କାହାକୁ ମିଳିଛି କେତେ ଭୋଟ୍ ? ଜାଣନ୍ତୁୁ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ପରେ ଏବେ ସାମ୍ନାକୁ ଆସିଛି ୨ୟ ରାଉଣ୍ଡ ରେଜଲ୍ଟ ।୨ୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ ଅଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷରେ ୭୬୨୫ ଭୋଟରେ ଆଗୁଆ ଅଛନ୍ତି BJDର ଅଳକା ମହାନ୍ତି । ୨ୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୫୫୧୫ ଖଣ୍ଡ୍ ଭୋଟ୍, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୪୭୯ ଖଣ୍ଡ ଭୋଟ୍, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୮୫ ଖଣ୍ଡ ଭୋଟ୍ ମିଳିଛି ।

ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୧୦,୨୪୮ ଭୋଟ୍ ମିଳିଛି । ଅନ୍ୟପଟେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାକୁ ୨,୬୨୩ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧,୬୯୯ ଭୋଟ୍ ମିଳିଛି ।

ତେବେ ଭୋଟଗଣତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଭିଏମରେ ସିଲ୍ ହୋଇ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ୨୭୯ ବୁଥରେ ଥିବାରୁ ୨୦ ରାଉଣ୍ଡରେ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ଭୋଟ ଗଣତି ପାଇଁ ତ୍ରିିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଭିତରେ କିଏ ବାଜି ମାରିବ, ତାହା ଦେଖିବାକୁ ଲୋକେ ଅପେକ୍ଷା କରିଛନ୍ତି । ଦ୍ୱିତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି ବିଜେଡି ।

ସୂଚନାଯୋଗ୍ୟ ଯେ, ଚଳିତ ଉପ ନିର୍ବାଚନରେ ୭୧.୫୩% ମତଦାନ ହୋଇଛି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପ ନିର୍ବାଚନରେ ଭୋଟ ହାର ହ୍ରାସ ପାଇଛି । ଚଳିତ ନିର୍ବାଚନରେ ମୋଟ୍ ୧.୫୩ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେଡିରୁ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲଙ୍କ ସମେତ ମୋଟ୍ ୧୧ଜଣ ପ୍ରାର୍ଥୀ ଏହି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।