fbpx

(video): ‘ଦିଦି ଥୋଡା ତୋ ଡରୋ’- କମ୍ପ୍ୟୁଟରରେ ପଶିଲା ସାପ, ହସି ହସି ଧରିବାକୁ ଆସିଲେ ଏ ସୁନ୍ଦରୀ ଝିଅ….

ଓଡିଶା ଭାସ୍କର: ବର୍ଷାକାରଣରୁ ସାଧାରଣତଃ ସାପମାନେ ଘରକୁ ବି ଚାଲି ଆସନ୍ତି । କୌଣସି ସ୍ଥାନରେ ସାପ ପଶି ଆସିଲେ ଲୋକେ ତାହାକୁ ଦେଖି ଭୟଭୀତ ହୋଇ ଉଠନ୍ତି । ଏହିକ୍ରମରେ ଏମିତି ଏକ ଘଟଣା ନିକଟରେ ଏକ କମ୍ପ୍ୟୁଟର ଲ୍ୟାବରେ ଦେଖିବାକୁ ମିଳିଛି । ଫଳରେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ବି ଭୟଭୀତ ହୋଇ ଉଠିଥିଲେ । ଏହାବାଦ ତୁରନ୍ତ ଜଣେ ଝିଅକୁ ସାପ ଧରିବାକୁ ଡକାଗଲା । ଯେଉଁସମୟରେ ସେ ଝିଅ ଆସିଲେ ସେ ସାପକୁ ଦେଖି ବେଶ୍ ଖୁସି ଥିଲେ । ମୁଖମଣ୍ଡଳରେ ତାଙ୍କର ଖୁସିର ସୀମା କହିଲେ ନ ସରେ । ତାଙ୍କୁ ଦେଖି ଲାଗୁଥିଲା ସାପ ତାଙ୍କର ନିଜ ଲୋକ । ସାପକୁ ସେ ଏମିତି ଧରିଲେ ଯେମିତି ଛୋଟଛୁଆମାନେ ନକଲି ସାପର ଖେଳଣାକୁ ଧରନ୍ତି । ଏହା ଦେଖି ସେଠାକାର ଉପସ୍ଥିତ ଲୋକେ ବି ସ୍ତବ୍ଧ ହୋଇଯାଇଥିଲେ ।

ଇନଷ୍ଟାଗ୍ରାମ ୟୁଜର ବିଳାସପୁରର ଅଟନ୍ତି ଓ ସେ ଜଣେ ବୃତ୍ତିଗତ ସ୍ନେକ କ୍ୟାଚର । ତାଙ୍କ ଆକାଉଣ୍ଟରେ ଏମିତି ଅନେକ ଭିଡିଓ ଆପଣ ଦେଖିବାକୁ ପାଇବେ । ଅଜିତାଙ୍କ ଏଭଳି ସାହସ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି । ନାରୀକୁ ଅବଳ ଓ ଦୁର୍ବଳା କହୁଥିଲା ଲୋକେ ଏହି ଭିଡିଓକୁ ନିଶ୍ଚିତ ଦେଖିବା ଉଚିତ । ଅଜିତା ପ୍ରମାଣିତ କରି ଦେଇଛନ୍ତି ଯେ ସବୁ ଝିଅ ସମାନ ନୁହଁନ୍ତି । ସେ ଜଣେ ବାଘୁଣୀ । ଯିଏ ସହଜରେ ଶିକାରୀକୁ ନିଜ କବ୍‌ଜାରେ କରି ପାରନ୍ତି ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ପ୍ରାୟ ୪ ଲକ୍ଷ ଲୋକ ଦେଖି ସାରିଛନ୍ତି । ଜଣେ ୟୁଜର୍ସ ତାଙ୍କର ଏହି କାରନାମା ଦେଖି ଲେଖିଛନ୍ତି, ‘ଦିଦି ଥୋଡା ତୋ ଡରୋ, ସାପ କି ଥୋଡି ତୋ ଇଜ୍ଜତ କରୋ’ । ସେପଟେ ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ଅପନା ତୋ ଆତଙ୍କ ହିଁ ଖତମ ହୋ ଗୟା ହୈ ।

Get real time updates directly on you device, subscribe now.