fbpx

ପ୍ରବଳ ବନ୍ୟା ସ୍ରୋତରେ ଭାସି ଯାଉଥିଲେ ଦୁଇ ଶିଶୁ, ଜୀବନକୁ ବାଜିରେ ଲଗାଇ ସେମାନଙ୍କୁ ଉଦ୍ଧାର କଲେ ସାହସୀ ଯୁବକ, ଦେଖନ୍ତୁ Video

ନୂଆଦିଲ୍ଲୀ: ଅସମ ବନ୍ୟାରେ ବହୁ ଧନଜୀବନ ହାନୀ ହୋଇଥିବା ବେଳେ ଏବେ ବି ଲୋକମାନେ ମରଣ ସହ ଲଢ଼େଇ କରୁଛନ୍ତି । ତେବେ ଏହା ମଧ୍ୟରେ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିବାକୁ ସଂଘର୍ଷ କରୁଛନ୍ତି । ନିଜ ଜୀବନକୁ ବାଜିରେ ଲଗାଇ ଯୁବକ ଜଣଙ୍କ ଶିଶୁମାନଙ୍କ ଜୀବନ ବଞ୍ଚାଇବାରେ ଶେଷରେ ସଫଳ ହୋଇଥିଲେ ।

ଭିଡିଓରେ ଯୁବକ ଜଣଙ୍କ ଦୁଇ ହାତରେ ଦୁଇ ଶିଶୁଙ୍କୁ ଧରି ପାଣିର ସ୍ରୋତରୁ ମୁକୁଳିବାକୁ ଚେଷ୍ଟା କରୁଥିଲେ । ପ୍ରଖର ଜଳ ସ୍ରୋତକୁ ଦେଖିଲେ ଶିଶୁମାନଙ୍କ ସହ ଯୁବକ ଭାସିଯିବେ ବୋଲି ଆଶଙ୍କା କରାଯାଉଥିଲେ । ଦୁଇ ଶିଶୁଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଯୁବକ ଜଣଙ୍କ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ । କିଛି ସମୟର ସଂଘର୍ଷ ପରେ ଯୁବକ ସେମାନଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ ।

ଯୁବକ ଜଣଙ୍କ ଦୁଇ ଶିଶୁଙ୍କୁ ନେଇ କୂଳକୁ ଆସିବା ପରେ ଅନ୍ୟ କିଛି ଲୋକ ସେମାନଙ୍କୁ ସହାୟତା କରିଥିଲେ । ମୃତ୍ୟୁ ସେମାନଙ୍କର ଅତି ପାଖରେ ଯେ ରହିଥିଲା ଏକଥା ଜଣେ ଭିଡିଓ ଦେଖିବା ପରେ ହିଁ ଅନୁଭବ କରିପାରିବ । ଏହି ଭୟଙ୍କର, ମାନବିକତାପୂର୍ଣ୍ଣ, ହୃଦୟସ୍ପର୍ଶୀ ଭିଡିଓକୁ ଜଣେ ୟୁଜର ଟ୍ୱିଟରରେ ଶେୟାର କରିଥିଲେ । ଭିଡିଓକୁ ଦେଖିବାରେ ପରେ ଉକ୍ତ ଯୁବକଙ୍କୁ ସମସ୍ତେ ସାହସୀ ବୋଲି ଅଭିହିତ କରିଥିଲେ ।

Get real time updates directly on you device, subscribe now.