fbpx

(Video) ଲେଡି ସିଂଘମ; ଏକ ସାଙ୍ଗରେ ୩ଜଣ ଚୋରଙ୍କୁ ଘରେ ପଶିବାକୁ ଦେଲେନି ଏହି ମହିଳା, ଭିଡିଓ ଦେଖିବା ପରେ ହେବ ବିଶ୍ୱାସ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଜଣେ ମହିଳାଙ୍କ ବାହାଦୂରୀ ପାଇଁ ଘରୁ ଚୋରି ହେବାରୁ ବଞ୍ଚିଯାଇଛି। କିପରି ଏକାକୀ ଭାବେ ସେ ଚୋରଙ୍କୁ ଘରକୁ ପଶିବାକୁ ଦେଉନାହାନ୍ତି, ତା’ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଜଣକ ଛାତ ଉପରେ କପଡା ଶୁଖାଉଥିବା ବେଳେ ଦେଖିଲେ, ତାଙ୍କ ଚାରିପାଖରେ ଦୁଇ ତିନିଜଣ ବୁଲିଛନ୍ତି। ଯେଉପରି ସେମାନଙ୍କ ମଧ୍ୟରୁ ଜଣେ ପାଚେରୀ ଡେଇଁ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କଲା, ସଙ୍ଗେ ସଙ୍ଗେ ମହିଳା ଜଣକ ଛାତ ଉପରୁ ତଳକୁ ସଙ୍ଗେ ସଙ୍ଗେ ଆସିଥିଲେ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳା ନିଜ ଘରର ମେନ ଗେଟ ଦେବା ସୁଦ୍ଧା ଚୋରମାନେ ତାହାକୁ ବାହାରୁ ଧକ୍କା ଦେଇ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଏହି ବାହାଦୂର ମହିଳା ଏକ ଭାରି ସୋଫାକୁ ଟାଣି କବାଟ ସାମ୍ନାରେ ରଖୁଛନ୍ତି। ଏହାପରେ ମହିଳା ଜଣଙ୍କ ନିଜ ମୋବାଇଲରୁ କାହାକୁ କଲ କରୁଛନ୍ତି। ଭିଡିଓରେ ଲୁଟେରା ଘରକୁ ଲୁଟିବା ଲାଗି ଅନେକ ଚେଷ୍ଟା କରୁଛନ୍ତି। ହେଲେ ବାହାଦୂର ମହିଳାଙ୍କଠାରୁ ହାରିଯାଉଛନ୍ତି। ମହିଳା ଜଣକ ଏକାକୀ ୩ଜଭ ଲୁଟେରାଙ୍କୁ ଅଟକାଇଦେଉଛନ୍ତି।

Get real time updates directly on you device, subscribe now.