fbpx

ଭାରତ ବାୟୋଟେକ୍ ସହ ଚୁକ୍ତି ରଦ୍ଦ କଲେ ବ୍ରାଜିଲ୍ ସରକାର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ମହାମାରୀ ବିରୋଧରେ ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ବ୍ରାଜିଲ ସରକାର । ନିଜ ନାଗରିକଙ୍କ ପାଇଁ ଭାରତ ବାୟୋଟେକ ପାଖରୁ କିଣିବାକୁ ଥିବା ୩୨ କୋଟି ଡଲାର ଟିକାର ଚୁକ୍ତିକୁ ସ୍ଥଗିତ କରିଛନ୍ତି ସରକାର । ବ୍ରାଜିଲ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ସଲୋ ଏ ନେଇ ଘୋଷଣା କରିଛନ୍ତି ।

ଚୁକ୍ତି ଅନୁସାରେ ଭାରତ ବାୟୋଟେକ ଠାରୁ ବ୍ରାଜିଲ ସରକାର ୨ କୋଟି ଡୋଜ କିଣିଥାନ୍ତେ । ମାତ୍ର ଏହି ଚୁକ୍ତିକୁ ନେଇ ବ୍ରାଜିଲରେ ରାଜନୀତି ଆରମ୍ଭ ହେବା ସହ ରାଷ୍ଟ୍ରପତି ଜାୟର ବୋଲସନାରାଙ୍କ ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ ଆସିଥିଲା । ଟିକା ପାଇଁ ବ୍ରାଜିଲ ସରକାର ଓ ଭାରତ ବାୟୋଟେକ ମଧ୍ୟରେ ହୋଇଥିବା ବୁଝାମଣାକୁ ନେଇ ବ୍ରାଜିଲ ସରକାରଙ୍କୁ ଘେରିବାରେ ଲାଗିଥିଲେ ବିରୋଧୀ । ବୋଲସନାରା ପ୍ରଶାସନ ଦେଶର ବିରୋଧୀଙ୍କୁ ସଫେଇ ଦେଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା ।

ଏପରି ଆହୁରି ଯୁକ୍ତି ଓ ତଥ୍ୟ ସହ ପ୍ରସଙ୍ଗ ଯାଇ ଦେଶର ସୁପ୍ରିମକୋର୍ଟ ପାଖରେ ପହଞ୍ଚିଥିଲା । ଯାହାକୁ ନେଇ ଚାପରେ ଥିଲେ ବ୍ରାଜିଲ ସରକାର । ଏପରି ସ୍ଥଳେ ଚୁକ୍ତି ସ୍ଥଗିତ କରିବାକୁ ବାଧ୍ୟ ହେଲେ ବ୍ରାଜିଲ ସରକାର । ବ୍ରାଜିଲ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେପର୍ଯ୍ୟନ୍ତ ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ ।

Get real time updates directly on you device, subscribe now.