(Breaking) ଆସନ୍ତା ୨୬ରୁ ବସିବ ୩୦ ଦିନିଆ ଶୀତ ଅଧିବେଶନ

ଭୁବନେଶ୍ୱର: ୨୬ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଆସନ୍ତା ୨୬ରୁ ଜିସେମ୍ବର ୩୧ ଯାଏ ଚାଲିବ । ମୋଟ ୩୦ଟି କାର୍ଯ୍ୟଦିବସ ରହିବ ଚଳିତ ଅଧିବେଶନରେ । କାର୍ଯ୍ୟ ଦିବସ ମଧ୍ୟରୁ ୫ଟି ବେସରକାରୀ ଓ ୨୫ଟି ସରକାରୀ କାର୍ଯ୍ୟଦିବସ ରହିବ  ରହିବ । ଅଧିବେଶନରେ ୨୬ଟି ଅତିରିକ୍ତ ବଜେଟ ଉପରେ ହେବ ଆଲୋଚନା ।

ଏନେଇ ସଚିବାଳୟ ତରଫରୁ ବିଜ୍ଞପ୍ତି ଜାରି । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ ଉପସ୍ଥାପନ କରିବେ । ଏହା ମୋହନ ସରକାରର ପ୍ରଥମ ଶୀତ ଅଧିବେଶନ ହେବ । ଏହି ଅଧିବେଶନ ୧୭ତମ ବିଧାନସଭାର ଦ୍ୱିତୀୟ  ଅଧିବେଶନ ହେବ ।

ମୋହନ ସରକାରଙ୍କୁ ଏହାରି ଭିତରେ ୪ ମାସ ଅତିବାହିତ ହୋଇଯାଇଛି । ଏହି କାଳ ଭିତରେ ବିରୋଧୀ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିବେ । ସେଥିରୁ ସୁଭଦ୍ରା, ଭତ୍ତା ବଣ୍ଟନ ଓ ରାଜ୍ଯପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ପ୍ରସଙ୍ଗରେ ଏଯାଏଁ ପୋଲିସ ବା ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ସରକାରକୁ ଏହି ପ୍ରସଙ୍ଗରେ ଘରିବା ସମ୍ଭବନା ରହିଛି ।

ଗତ ଅଧିବେଶନରେ ରାଜ୍ଯ଼ପାଳଙ୍କ ପୁଅ ପ୍ରସଙ୍ଗରେ ବିରୋଧୀ ଗୃହ ଚଳାଇବାକୁ ଦେଇନଥିଲେ । ସେତେବେଳେ ଆଇନ ମନ୍ତ୍ରୀ କହିଥିଲେ କି ଜିଲ୍ଲାପାଳଙ୍କୁ ଏହା ଉପରେ ତଦନ୍ତ କରି ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି  ।କିନ୍ତୁ ଏଯାଏଁ ଏହା ଉପରେ କିଛି ହୋଇନାହିଁ । ତେଣୁ ପୁଣି ଅସ୍ମିତାକୁ ନେଇ ବୋରିଧୀ ସରକାରକୁ ଘେରିପାରନ୍ତି  ।