ଶୋଇବା ସମୟରେ ବ୍ରେଷ୍ଟ କ୍ୟାନସରର ସେଲଗୁଡ଼ିକ ଚଲାବୁଲା କରିବା ସହ ରକ୍ତରେ ପ୍ରବେଶ କରୁଛନ୍ତି, ଆସିଲା ନୂଆ ରିସର୍ଚ୍ଚ ରିପୋର୍ଟ
ନୂଆଦିଲ୍ଲୀ: କ୍ୟାନସର ଏକ ଭୟଙ୍କର ବିମାରୀ ହୋଇଥିବା ବେଳେ ବିଭିନ୍ନ ସମୟରେ ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥାଏ । ଏବେ ବି ବୈଜ୍ଞାନିକମାନେ କ୍ୟାନସରକୁ ନେଇ ରିସର୍ଚ୍ଚ ଜାରି ରଖିଛନ୍ତି । ତେବେ ମଣିଷ ଶୋଇବା ସମୟରେ କ୍ୟାନସର ବୃଦ୍ଧି ପାଉଛି । ଏନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମଣିଷ ଶୋଇବା ସମୟରେ କ୍ୟାନସରର କୋଷିକାଗୁଡ଼ିକ ଚାଲୁଥିବା ଏକ ଷ୍ଟଡିରୁ ଖୁଲାସା ହୋଇଛି ।
ତେବେ ରିସର୍ଚ୍ଚ ଅନୁଯାୟୀ, ଯେତେବେଳେ ମଣିଷ ଶୋଇପଡ଼େ ସେ ସମୟରେ କ୍ୟାନସର କୋଷିକାଗୁଡ଼ିକ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଦେଇଥାନ୍ତି । ଏପରି ସ୍ଥିତିରେ ସେମାନେ ଚଲାବୁଲା କରିବା ସହ ରକ୍ତକୁ ଲମ୍ଫ ପ୍ରଦାନ କରନ୍ତି । ଫଳରେ ମଣିଷର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସଂକ୍ରମିତ ହୋଇଥାଏ । କର୍କଟରେ ପୀଡ଼ିତ ରୋଗୀମାନେ ଯେ ପର୍ଯ୍ୟନ୍ତ ଶୋଇ ରୁହନ୍ତି, ସେ ପର୍ଯ୍ୟନ୍ତ ଟ୍ୟୁମରର କୋଷିକାଗୁଡ଼ିକ ରକ୍ତରେ ଡେଇଁବା ଜାରି ରଖିଥାନ୍ତି ।
ଯେତେବେଳେ ମଣିଷର କୌଣସି ଅଙ୍ଗରୁ ଉତ୍ପନ୍ନ ହେଉଥିବା ଟ୍ୟୁମର କୋଷିକା ରକ୍ତ ମାଧ୍ୟମରେ ଅନ୍ୟଆଡ଼େ ଡେଇଁଥାନ୍ତି, ସେତେବେଳେ ମଣିଷକୁ ମେଟାଷ୍ଟେଟିକ କ୍ୟାନସର ସଂକ୍ରମିତ କରିଥାଏ । ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟର ରିପୋର୍ଟ ଅନୁଯାୟୀ, ଏହି କୋଷିକାଗୁଡ଼ିକରେ ପ୍ରାରମ୍ଭିକ କ୍ୟାନସରର ସମସ୍ତ ବିଶେଷତା ରହିଥାଏ ।
ତେବେ ଏଥିପାଇଁ ହସ୍ପିଟାଲରେ ସ୍ତନ କର୍କଟରେ ଚିକିତ୍ସିତ ହେଉଥିବା ୩୦ ଜଣ ମହିଳାଙ୍କ ରକ୍ତ ନମୂନା ନିଆଯାଇଥିଲା । ସେମାନଙ୍କ ଠାରୁ ଉଭୟ ଦିନ ଓ ରାତିରେ ଏହି ନମୂନା ସଂଗ୍ରହ କରାଯାଇଥିଲା । ତେବେ ରୋଗୀମାନେ ସକାଳ ସମୟରେ ଶୋଇ ରହିଥିବା ସମୟରେ ଏହି ସେଲ ଦେଖାଦେଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା ।