fbpx

ବ୍ରିକ୍ସରେ ସାମିଲ ହେଲେ ଆଉ ୬ ଗୋଟି ଦେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ସାଦର ସ୍ୱାଗତ

ଜୋହାନ୍ସବର୍ଗ: ବ୍ରିକ୍ସ ଦେଶ ସମୂହ ଆଉ ୬ ଗୋଟି ଦେଶକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିିତ କରିଛି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହେଉଥିବା ବ୍ରିକ୍ସ ଦେଶ ସମୂହର ତିନି ଦିବସୀୟ ସମ୍ମିଳନୀରେ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବରେ ଏହି ବିଷୟକୁ ନେଇ ବିସ୍ତୃତ ଭାବରେ ଚର୍ଚ୍ଚା କରିବା ପରେ ଏହାକୁ ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ୬ ଗୋଟି ଦେଶକୁ ସାଦର ସ୍ୱାଗତ କରିଛନ୍ତି ।
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା କହିଛନ୍ତି ବ୍ରିକ୍ସର ବିସ୍ତାରର ପ୍ରଥମ ପର୍ଯ୍ୟାୟରେ ଆର୍ଜେଣ୍ଟିନା, ମିଶର, ଇଥିଓପିଆ, ଇରାନ, ସାଉଦୀ ଆରବ, ୟୁଏଇକୁ ସାମିଲ ହେବା ଲାଗି ଆମନ୍ତ୍ିତ କରାଯାଇଛି । ଏହି ନୂଆ ସଦସ୍ୟତା ୧ ଜାନୁୟାରୀ ୨୦୨୪ରୁ କାର୍ଯ୍ୟକାରୀ ହେବ ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମସ୍ତ ଦେଶର ନେତା ଓ ନାଗରିକଙ୍କୁ ବଧାଇ ଜଣାଇଛନ୍ତି । ମୋଦୀ କହିଛନ୍ତି ଆମେ ସମସ୍ତେ ମିଳିତ ହୋଇ ବ୍ରିକ୍ସକୁ ନୂଆ ଗତି ଦେବା । ଭାରତର ଏହିସବୁ ଦେଶ ସହିତ ବହୁତ ଭଲ ସମ୍ବନ୍ଧ ରହିଛି । ବ୍ରିକ୍ସ ଜରିଆରେ ଭାରତର ସମ୍ବନ୍ଧ ଏହି ଦେଶଗୁଡିକ ସହ ଆହୁରି ଗଭୀର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ ୩ ର ସଫଳତା ବିଷୟ ମଧ୍ୟ ଉଠାଇଛନ୍ତି । ସେ ବିଭିନ୍ନ ଦେଶରୁ ଏଥିପାଇଁ ମିଳିଥିବା ଶୁଭକାମନା ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.