fbpx

(Video) ମିଠା ଖୁଆଇବାକୁ ନେଇ ବାହାବେଦୀରେ ମହାଭାରତ: ରାଗରେ ଆସି ବର-କନ୍ୟା କଲେ ଏପରି କାମ 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଆପଣଙ୍କୁ ହସାଇ ଦିଏ ତ ଆଉ କିଛି ଭିଡିଓକୁ ଦେଖିଲେ ରାଗ ଲାଗିଥାଏ । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବାହାଘରର ବାହାବେଦୀରେ ମହାଭାରତ ପରି ଯୁଦ୍ଧ ଦେଖିବାକୁ ମିଳିଛି । ଅନ୍ୟ କେହି ନୁହେଁ, ବରଂ ବର କନ୍ୟା ଏପରି ଲଢ଼େଇ ଲାଗୁଥିବା ଜଣାପଡିଛି । ସାମାନ୍ୟ ମିଠା ଖୁଆଇବାକୁ ନେଇ ଆରମ୍ଭ ହୋଇଥିଲା ଲଢ଼େଇ  ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଏକ ବିବାହ ଉତ୍ସବ ଚାଲିଛି । ବେଦୀ ଉପରେ ବସିଛନ୍ତି ଉଭୟ ବର-କନ୍ୟା । ଏହି ସମୟରେ ବିବାହର ନୀତି ଅନୁଯାୟୀ କନ୍ୟା ବରକୁ ଖୁଆଇ ଦେବାକୁ ପ୍ରସ୍ତୁତ ହେଉଛି । ହେଲେ ବର କନ୍ୟାକୁ ଦେଖି ଚିଡାଇବା ଭଳି ହସିବାକୁ ଲାଗିଛନ୍ତି । ଯାହାକୁ ଦେଖି କନ୍ୟା ସହି ପାରନ୍ତି ନାହିଁ , ଏବଂ ରାଗରେ ବରଙ୍କୁ ମାରିବାକୁ ଲାଗନ୍ତି । ବର ମଧ୍ୟ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି ଫଳରେ ଭଭୟଙ୍କ ମଧ୍ୟରେ ଚାଲେ ଖଣ୍ଡ ଯୁଦ୍ଧ ।

ମାରପିଟରେ ସେମାନେ ଏତେ ହଜିଯାଇଛନ୍ତି ଯେ ସେମାନେ ବେଦି ଉପରେ ଥିବା ମଧ୍ୟ ଭୁଲି ଯାଇଛନ୍ତିା  ପାଖରେ ଥିବା ଲୋକେ ମଧ୍ୟ ଉଭୟଙ୍କୁ ଅଟକାଉଥିବାର ଦେଖାଯାଇଛି ।  ଯାହାର ଭିଡିଓ ଏବେ ସୋସିଆଲ ମିଡିଅରେ ଭାଇରାଲ ହେବାର ଲାଗିଛି । ବର-କନ୍ୟାଙ୍କ ମାରପିଟ ଦେଖି ୟୁଜରସ ଏହା ବିବାହ ବେଦୀ କି ରଣଭୂମି ବୋଲି କମଣ୍ଟେସ କରୁଛନ୍ତି । ଭିଡିଓଟି ଇନଷ୍ଟଗ୍ରାମରେ ସେୟାର ହୋଇଛି । ଯାହାକୁ ଲୋକେ ଅଧିକରୁ ଅଧିକ ସେୟାର, ଲାଇକ କରୁଛନ୍ତି ।

Get real time updates directly on you device, subscribe now.