fbpx

ଲେହଙ୍ଗା ଆଉ ଗହଣା ପିନ୍ଧି ଏମିତି କଲେ କନ୍ୟା, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ; ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ବର-ବଧୂଙ୍କ ଭିଡିଓକୁ ବେଶ୍ ପସନ୍ଦ କରାଯାଇଥାଏ । ଅନେକ ସମୟରେ ବର-ବଧୂଙ୍କ ମଜାଦାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ଏଭଳି ଜଣେ ନବବଧୂଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବଧୂ ଜଣକ ନିଜର ଅଜବ-ଗଜବ ଅନ୍ଦାଜରେ ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ଆଉ ତାଙ୍କର ଅନ୍ଦାଜ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଲୋକେ । କାରଣ ଭିଡିଓରେ ବଧୂ ଜଣକ ଲେହଙ୍ଗା ଆଉ ଅଳଙ୍କାରରେ ହିଁ ପୁସ-ଅପ୍ କରିବାକୁ ଲାଗୁଛନ୍ତି । ଆଉ ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ଲୋକେ ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ କନ୍ୟାଜଣକ ପୂରା ନବବଧୂ ଗେଟଅପରେ ଅଛନ୍ତି । ଭାରି ଲେହଙ୍ଗା ସାଙ୍ଗକୁ ପୁଣି ଅଳଙ୍କାର । ଏଭଳି ସ୍ଥ୍ିତିରେ ହୁଏତ ଠିଆ ହେବା ପାଇଁ ମଧ୍ୟ କଷ୍ଟକର ହୋଇପଡ଼ିଥାଏ କିନ୍ତୁ ଏହି କନ୍ୟା ଜଣକ ପାଇଁ ଏହା ମାମୁଲି କଥା, ସେଥିପାଇଁ ତ’ ଏତେ ଭାରି ଜିନିଷ ଦେହରେ ଥିଲେ ବି ଆରାମରେ ପୁସଅପ୍ କରିବାରେ ଲାଗିପଡ଼ିଛନ୍ତି । ଖାଲି ସେତିକି ନୁହେଁ ବଧୂ ପୁସ-ଅପ୍ କରିବା ପରେ ନିଜର ମସଲ୍ସ ମଧ୍ୟ ଦେଖାଉଛନ୍ତି । ଆଉ ପୁସ-ଅପ୍ ବେଳେ ତାଙ୍କ ମୁହଁରେ ରହିଥିବା ଖୁସି ଦେଖିପାରୁଥିବେ । ଦେଖନ୍ତୁ ଭିଡିଓ…

ଆଉ ନବବଧୂର ଏହି ଅନ୍ଦାଜକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଅନେକ ଲୋକ ନବବଧୂର ପ୍ରଂଶସା କରିଥିବାବେଳେ ଅନେକ କହିଛନ୍ତି ଯେ କନ୍ୟା ଜଣେ ବଡି ବିଲ୍ଡର । ମହିଳାଙ୍କ ଫିଟନେସକୁ ମାନିବାକୁ ପଡ଼ିବ ବୋଲି କହିଛନ୍ତି ୟୁଜର୍ସ ।

 

Get real time updates directly on you device, subscribe now.