fbpx

ବରକୁ ବରଣମାଳା ପିନ୍ଧାଇବା ମାତ୍ରେ ଷ୍ଟେଜରେ ଖସିପଡ଼ିଲେ କନିଆ: ହାର୍ଟ ଆଟାକରୁ ହେଲା ମୃତ୍ୟୁ

ଲକ୍ଷ୍ନୌ: ହସଖୁସିରେ ଚାଲିଥିବା ବାହାଘର ଗୋଟିଏ ଝଟକାରେ ଦୁଃଖରେ ପରିଣତ ହୋଇଗଲା । ବରକୁ ବରଣମାଳା ପିନ୍ଧାଇବା ପରେ କନ୍ୟାର ହୋଇଗଲା ମୃତ୍ୟୁ । ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମଲିହାବାଦ ଅଞ୍ଚଳର ଭଦୱାନା ଗାଁରେ ରହୁଥିବା ରାଜପାଳଙ୍କ ଝିଅ ଶିବାଙ୍ଗୀଙ୍କ ବାହାଘର ଚାଲିଥିଲା । ବରଯାତ୍ରୀ ବୁଦେ୍ଧଶ୍ୱରରୁ ଆସିଥିଲେ ।

ବାହାଘରରେ ସାମିଲ ସମସ୍ତ ଲୋକଙ୍କ ମନରେ ଖୁସି ଥିଲା । ଲୋକମାନେ ଭୋଜି ଖାଇବା ପରେ ବରମାଳା ରୀତି ଦେଖିବା ପାଇଁ ପହଞ୍ଚିଥିଲେ । ବର-କନ୍ୟା ଷ୍ଟେଜରେ ପରସ୍ପର ସାମ୍ନାରେ ଠିଆ ହୋଇଥିଲେ । ବର ବିବେକ କନ୍ୟା ଶିବାଙ୍ଗୀଙ୍କୁ ବରମାଳା ପିନ୍ଧାଇଲେ । ଏହା ପରେ ଶିୱାଙ୍ଗୀଙ୍କ ପାଳି ଥିଲା । ଶିବାଙ୍ଗୀ ବିବେକଙ୍କୁ ବରମାଳା ପିନ୍ଧାଇବା ମାତ୍ରେ ଷ୍ଟେଜରେ ବେହୋସ୍ ହୋଇ ପଡ଼ିଯାଇଥିଲେ ।

ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବା ମୁତାବକ, ଶିବାଙ୍ଗୀଙ୍କ ମୃତ୍ୟୁ ହାର୍ଟ ଆଟାକରୁ ହୋଇଛି । ସେପଟେ କନ୍ୟା ମୃତ୍ୟୁ ଖବର ଶୁଣି ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ବାହାଘର ସମାରୋହରେ ଯେଉଁମାନଙ୍କ ମୁହଁରେ ଖୁସି ଥିଲା, ସେଠାରେ ଲୁହ ସ୍ଥାନ ନେଇଗଲା । କନ୍ୟାର ମୃତ୍ୟୁ ଖବର ଶୁଣି ବର ବିବେକ ମଧ୍ୟ ସ୍ତବ୍ଧ ହୋଇଗଲେ । ଏହା ସହ ଗାଁରେ କାନ୍ଦ ବୋବାଳି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.